ଅଜଣା ରୋଗ ଆତଙ୍କ ଘଟଣା: ଭେଞ୍ଚନପଲ୍ଲୀରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

Advertisment
ଅଜଣା ରୋଗ ଆତଙ୍କ ଘଟଣା: ଭେଞ୍ଚନପଲ୍ଲୀରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମରେ ଲୋକଙ୍କ ହାତଗୋଡ ଫୁଲି ଗତ ଦୁଇମାସ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚା ସ୍ରୁଷ୍ଟି କରିଥିଲା।ପଡିଆ ବ୍ଳକରେ ଗୋଟିଏ ପରେ ଗୋଟିଏ ଗ୍ରାମରେ ଏଭଳି ରୋଗ ପରିଲକ୍ଷିତ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଠାରେ ଆତଙ୍କ ପରିଲକ୍ଷିତ ହେଉଥିବା ବେଳେ କରୋନା ଯୋଗୁଁ ଲୋକେ ମେଡିକାଲକୁ ଚିକିତ୍ସା ପାଇଁ ଆସିପାରୁ ନଥିବା ଭଳି ଅଭାବନୀୟ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି।

publive-image

ତେବେ ପଡିଆ ବ୍ଲକ ଭେଞ୍ଚନପଲ୍ଲୀ ଗ୍ରାମରେ ଲୋକଙ୍କ ଠାରେ ହାତଗୋଡ ଫୁଲିବା ସହ ପ୍ରାୟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇଥିବା ଜଣାପଡିଛି। ଏଥିପାଇଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ୱାବଧାନରେ ଏଡିଏମ୍‌ଓ ପରିବାର କଲ୍ୟାଣ ଶଶୀଭୂଷଣ ମହାପାତ୍ର, ଡଃ ଦୂର୍ଗା ପ୍ରସାଦ ରାଜ, ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡଃ ଚିତ୍ତରଞ୍ଜନ ମିଶ୍ର, ସୁପରଭାଇଜର ବିଜୟ କୁମାର ନାୟକ, ଏହି ଗ୍ରାମରେ ପହଂଚି ଅସୁସ୍ଥ ଥିବା ବେକ ମୁକେ, ଶୋମା ମାଡ଼ି, ଗଙ୍ଗା କାରାମ, ଇର୍ମା ମାଡ଼ି ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆବଶ୍ୟକ ବେଳେ ଭୟଭୀତ ନହୋଇ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ କହିଥିଲେ।

ଏଥିସହ ଆସନ୍ତା କାଲି ସମସ୍ତ ପୀଡିତ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବା ସହ ଆବଶ୍ୟକ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଦୀର୍ଘ ଦିନ ଧରି ଅଜଣା ରୋଗରେ ପୀଡିତ ଗ୍ରାମବାସୀଙ୍କ ପାଖରେ ସ୍‌ାସ୍ଥ୍ୟ ବିଭାଗର ଟିମ୍‌ ପହଁଞ୍ଚିବା ପରେ ଗ୍ରାମବାସୀଙ୍କ ମନୋବଳ ବୃଦ୍ଧି ପାଇଥିବା ଗ୍ରାମର କିଛି ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe