ମୁଖ୍ୟମନ୍ତ୍ରୀ ବାୟୁ ସେବା ଆରମ୍ଭ ପୁର୍ବରୁ ଭିତ୍ତିଭୂମି ଯାଞ୍ଚ କରିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Advertisment
ମୁଖ୍ୟମନ୍ତ୍ରୀ ବାୟୁ ସେବା ଆରମ୍ଭ ପୁର୍ବରୁ ଭିତ୍ତିଭୂମି ଯାଞ୍ଚ କରିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ବାୟୁ ସେବା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ତା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ତିନିଜଣିଆ ପ୍ରତିନିଧି ଦଳ ନବରଙ୍ଗପୁର ଜିଲ୍ଲା ଗସ୍ତ ଆସି ସ୍ୱାସ୍ଥ୍ୟ ସେବା ର ଭିତ୍ତିଭୂମି ପରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ମହାପାତ୍ର ଙ୍କ ନେତୃତ୍ବରେ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ର ଡିନ ଓ ଅଧ୍ୟକ୍ଷ ଡଃ. ଦତ୍ତେଶ୍ଵର ହୋତ୍ତା , ଡିଏମଇଟି ର ଉପ ନିର୍ଦ୍ଦେଶକ ପ୍ରଫେସର ଡଃ. ଉମାକାନ୍ତ ଶତପଥି ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସହ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ।

ରୋଗୀଙ୍କୁ ଠିକ ରୂପେ ସ୍ୱାସ୍ଥ୍ୟ ସେବା କିପରି ପ୍ରଦାନ କରାଯାଉଛି ସେନେଇ ତଥ୍ୟ ସଂଗ୍ରହ କରିଥିଲେ। ଏହି ପ୍ରତିନିଧି ଦଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର କର୍ମକର୍ତ୍ତା ଙ୍କ ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଓ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ। ଡ଼ାକ୍ତରଖାନା ରେ ଆଲଟ୍ରା ସାଉଣ୍ଡକକ୍ଷ, ଆଇସିୟୁ , ଏବଂ ଅସ୍ତ୍ରୋମପଚାର ଗୃହ କୁ ବୁଲି ଦେଖିଥିଲେ।

ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଡାକ୍ତରଖାନା ରେ ବିଭିନ୍ନ ବିଭାଗ ର ଡାକ୍ତର ନିଯୁକ୍ତି ଟେକ୍ନିସିଆନ ଅଭାବ କୁ ପୁରାଣ କରିବା ପାଇଁ ମଧ୍ୟ ଆଲୋଚନା କରିଥିଲେ। ଆଇସିୟୁକୁ ପାଇପ ଲାଇନ ଯୋଗେ କାହିଁକି ଓକ୍ସିଜେନ୍ ସଂଯୋଗ ହୋଇପାରି ନାହିଁ ସେ ନେଇ ବିଗିଡିଥିଲେ। ବିଭିନ୍ନ ବିଭାଗ ର ଡାକ୍ତର ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଏହି ଅବସର ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ସମନ୍ଵିତ ରୋଗ ସର୍ବେକ୍ଷଣ ସମ୍ମିଳନୀ ପ୍ରକୋଷ୍ଠ ର ଉଦଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe