ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆଜି କେନ୍ଦ୍ରୀୟ କମିଟିର ଭୁବନେଶ୍ବର ଚାଲ ଡାକରାରେ ପଞ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘର ପକ୍ଷରୁ ଶତାଧିକ ଆଇନଜୀବୀ ଭୁବନେଶ୍ବର ଯାଇ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଙ୍ଗାଲୋର ଗସ୍ତରେ ଯାଇଥିବାରୁ ଆଇନଜୀବୀ ମାନଙ୍କ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଜଗନ୍ନାଥ ସାରକା ତଥା ଉନ୍ନୟନ କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପ୍ରମୁଖ ଶାସନ ସଚିବ, ଅର୍ଥ ଓ ଆଇନ ସଚିବ ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ରୀୟ କମିଟିର ପ୍ରତିନିଧି ଦଳର ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବାଙ୍ଗାଲୋର ଯାଇଥିବା ବେଳେ କେନ୍ଦ୍ରୀର କମିଟିର ଦାବି ଉପରେ ଆଲୋଚନା ପାଇଁ ମନ୍ତ୍ରୀ ଓ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ଜଣାଯାଇଛି। ମନ୍ତ୍ରୀ ଓ ସଚିବ ମାନେ ଆଇନଜୀବୀଙ୍କ ସମସ୍ତ ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ କମିଟି ସହିତ ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା
Advertisment
Follow Us