ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

Sambad

ଜି.ଉଦୟଗିରି:ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଶନିବାର ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବୁଲିବା ସହ ରୋଗୀଙ୍କ ସହ ସାକ୍ଷାତ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଷୟ ବୁଝିଥିଲେ। ଏହାସହ ସ୍ୱାସ୍ଥ୍ୟ କେନ୍ଦ୍ରର ବଗିଚା, ସୌନ୍ଦର୍ଯ୍ୟ, ଭିତର ବାହାର ସାଜସଜ୍ଜା, ସ୍ୱଚ୍ଛତା ଦେଖି ପ୍ରଶଂସା କରିଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା କିଛି ସମସ୍ୟା ଏବଂ ଦାବି ଉପରେ ଉପସ୍ଥିତ ଡାକ୍ତର ମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

publive-image Sambad

ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଭଣ୍ଡାର ପ୍ରତିଷ୍ଠା, ସିକିଲସେଲ ୟୁନିଟ ଖୋଲିବା, ଅର୍ଦ୍ଧ ନିର୍ମିତ ଡାକ୍ତର ଏବଂ କର୍ମଚାରୀଙ୍କ ସରକାରୀ ବାସଗୃହ ନିର୍ମାଣ କରିବା ଭଳି ସମସ୍ୟାର ସମାଧାନ ଅତିଶୀଘ୍ର କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିକୁ ଦେଖି ସମସ୍ତଙ୍କୁ ସାଧୁବାଦ ଜଣେଇଥିଲେ। ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ଡଃ. ମନୋଜ କୁମାର ଉପାଧ୍ୟାୟ, ସ୍ଥାନୀୟ ମେଡ଼ିକାଲ ଅଫିସର ଡଃ. ରତିକାନ୍ତ ସାହୁଙ୍କ ସମେତ ସମସ୍ତ ଡାକ୍ତର, କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe