ଭୋଟ ବର୍ଜନ ଓ କାର୍ଯ୍ୟରେ ଅସହଯୋଗ ପାଇଁ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚେତାବନୀ

Advertisment
ଭୋଟ ବର୍ଜନ ଓ କାର୍ଯ୍ୟରେ ଅସହଯୋଗ ପାଇଁ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚେତାବନୀ

ଭଦ୍ରକ: ଏନଏଚଏମରେ କାର୍ଯ୍ୟରତ କର୍ମଚାରୀ, ଆୟୁଷ ଡାକ୍ତର, ଆରବିଏସକେ ଡାକ୍ତର, ପାରାମେଡିକାଲ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭଦ୍ରକରେ ସମସ୍ତ ସ୍ଵାସ୍ଥ୍ୟ ଭିତ୍ତିକ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଜି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏହାଦ୍ବାରା ସ୍ବାସ୍ଥ୍ୟସେବାରେ ଯେଉଁ ଅସୁବିଧା ହେବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଭଦ୍ରକ ସ୍ଵାସ୍ଥ୍ୟ ଠିକା କର୍ମଚାରୀ ସଂଘ ପକ୍ଷରୁ ଜଣାଇ ଦିଆଯାଇଛି | ଏହାସହିତ ଆୟୁଷ ଡାକ୍ତରମାନେ ମଧ୍ୟ ଅନୁରୂପ ପନ୍ଥା ଅବଲମ୍ବନ କରିବେ ବୋଲି ଜଣାପଡ଼ିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କୁ ଉପେକ୍ଷା କରିଛନ୍ତି, ଅନ୍ୟ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ସହିତ ଦରମା ବୃଦ୍ଧି କରିଥିବାବେଳେ ଶେଷ କ୍ୟାବିନେଟ ବୈଠକରେ ମଧ୍ୟ ସେମାନଙ୍କ ପାଇଁ କୌଣସି ନିଷ୍ପତ୍ତି ନେଲେ ନାହିଁ । ତେଣୁ ଜିଲ୍ଲାର ସମସ୍ତ ଠିକା ଆୟୁଷ ଡାକ୍ତର ଓ ଏନଏଚ୍ଏମ କର୍ମଚାରୀ ରାଜ୍ୟ ସରକାରଙ୍କ ବିପକ୍ଷରେ ପ୍ରଚାର କରିବା ସହିତ ନିଜ ପରିବାର ସମେତ ଭୋଟ ବର୍ଜନ କରିବାକୁ ନିଷ୍ପଭି ନେବା ସହ ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ ଏକ ସ୍ମାରକପତ୍ର ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି। ଦୀର୍ଘ ୧୮ ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ସ୍ଵାସ୍ଥ୍ୟ କର୍ମଚାରୀ ମାନେ ଠିକା ଏବଂ ସ୍ଵଳ୍ପ ବେତନରେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ କାର୍ଯ୍ୟ କରି ସରକାରକୁ ଲୋକାଭିମୁଖୀ କରିବାରେ ସାହାଯ୍ୟ କରିଛନ୍ତି କିନ୍ତୁ ନିର୍ବାଚନୀ ବର୍ଷରେ ସରକାର ସେମାନଂକୁ ଠକି ଦେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe