ଡାବୁଗାଁ ବିଧାୟକଙ୍କ ବିରୋଧରେ ଭିଜିଲାନ୍ସ ମାମଲା: ସରିଲା ଯୁକ୍ତି, ୨୭ରେ ଶୁଣାଣି

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ଜୟପୁର: ବହୁ ଚର୍ଚ୍ଚିତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ବିରୋଧରେ ସ୍ବତନ୍ତ୍ର ଭିଜିଲାନ୍ସ‌ କୋର୍ଟରେ ଚାଳିଥିବା ସରକାରୀ ଅର୍ଥ ତୋଷାରପାତ ମାମଲାରେ ଆସନ୍ତା ୨୭ତାରିଖ ଦିନ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ବିଧାୟକଙ୍କ ପକ୍ଷରୁ ୨ଜଣ ଓ ଅଭିଯୋଗକାରୀ ପୂର୍ବତନ କୋଡିଙ୍ଗା ବିଧାୟକ ସଦନ ନାୟକଙ୍କ ପକ୍ଷରୁ ୩ଜଣ ସାକ୍ଷ୍ୟ ପ୍ରଦାନ କରିସାରିଛନ୍ତି। ଏହାସହ ଉଭୟ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନା କରି ସାରିଛନ୍ତି। ଯୁକ୍ତି ସରିବା ପରେ ଆସନ୍ତା ୨୭ତାରିଖ ଦିନ ଏହି ମାମଲାର ରାୟ ପ୍ରକାଶ କରିବାକୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଦିନ ଧାର୍ଯ୍ୟ କରିଛନ୍ତି।

ପ୍ରକାଶଯୋଗ୍ୟ, ବିଧାୟକ ଶ୍ରୀ ରନ୍ଧାରୀ ବିଧାୟକ ହେବା ପୂର୍ବରୁ ନନ୍ଦାହାଣ୍ଡି ବ୍ଲକର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ସେ ସମୟରେ ‌ସିମେଣ୍ଟ, ଲୁହା ଛଡ଼ ଓ ଚାଉଳ ଆଦିରେ ୬ଲକ୍ଷଟଙ୍କା ସରକାରୀ ଅର୍ଥର ତୋଷାରପାତ ହୋଇଥିବା ୨ଟି ଅଡିଟ୍ ବେଳେ ଜଣା ପଡ଼ିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ବିଧାୟକ ୨ଟି କିସ୍ତିରେ ୫ଲକ୍ଷ ୬୧ହଜାର ଟଙ୍କା ଜମା କରିଥିଲେ। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଶ୍ରୀ ନାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟର ନିର୍ଦେଶକ୍ରମେ ଏବେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲାର ଶୁଣାଣୀ ଜାରୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe