ଝଡ଼ତୋଫାନରେ ଉପୁଡିଲା ଗଛ, ରାସ୍ତା ଅବରୋଧ

Advertisment
ଝଡ଼ତୋଫାନରେ ଉପୁଡିଲା ଗଛ, ରାସ୍ତା ଅବରୋଧ

ଘଟଗାଁଁ: ଆଜି ଅପରାହ୍ଣରେ ହଠାତ୍ ଝଡ଼ତୋଫାନ ହେବାରୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଝଡ଼ତୋଫାନରେ ବହୁ ଗଛ ଉପୁଡ଼ି ପଡ଼ିଥିବା ବେଳେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଛି।

ଖବର ଅନୁଯାୟୀ ୨୦ ନମ୍ବର ଜାତୀୟ ରାଜପଥର ତାରିଣୀ ମନ୍ଦିରଠାରୁ ଅନତି ଦୂରରେ ଏକ ଗଛ ଉପଡି ରାସ୍ତା ଉପରେ ପଡିଥିଲା। ଫଳରେ ବହୁ ସମୟ ଧରି ଗାଡି ଚଳାଚଳରେ ଅସୁବିଧା ହୋଇଥିଲା। ଦୀର୍ଘ ସମୟ‌ ପରେ ଗଛକୁ ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଥିଲା। ସେହିପରି ଘଟଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଏକ ଆମ୍ବ ଗଛ ଭାଙ୍ଗି ଯାଇଥିବା ଜଣାଯାଇଛି। ସୀତାବିଞ୍ଜ ଠାରେ ଗଛ ଭାଙ୍ଗିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe