ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି, କଣ୍ଟାମାଳ ଅଞ୍ଚଳ ବେହାଲ

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି, କଣ୍ଟାମାଳ ଅଞ୍ଚଳ ବେହାଲ

Sambad

କଣ୍ଟାମାଳ: ଗତ କିଛିଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଥିଲା। ସେଥିରେ ଚାଷୀଙ୍କ ବ୍ୟାପକ ଧାନ ସହିତ ପନିପରିବା ଫସଲ ନଷ୍ଟ ହୋଇ ଯାଇଥିଲା। ପୁଣି ଆଜି ମଙ୍ଗଳବାର ଦିନ ୨ଟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଛି। ସମଗ୍ର କଣ୍ଟାମାଳ ଅଞ୍ଚଳରେ କୋହଳା ପାଗ ଲାଗି ରହିଥିବାରୁ ପନିପରିବା ଫସଲ ହାନି ନେଇ ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ଖୋଲା ଆକାଶ ତଳେ ମଣ୍ଡି ମାନଙ୍କରେ ଧାନବସ୍ତା ପଡ଼ିରହି ନଷ୍ଟ  ହୋଇ ଯାଇଥିବାରୁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇଛି।

କୋହଲା ପାଗ ସାଙ୍ଗକୁ ଝିପଝିପି ବର୍ଷା ଲାଗି ରହିଥିବାରୁ ଅସହ୍ୟ ଶୀତ ଅନୁଭୂତ ହେଉଛି। ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe