ଗତ ୨୪ ଘଣ୍ଟାରେ ନୟାଗଡରେ ସର୍ବାଧିକ ବର୍ଷା

ଓଡ଼ିଶାରେ କମିବ, ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷିବ

Image Courtesy of Business Today

ଭୁବନେଶ୍ୱର: ଆସନ୍ତା ୨ ସପ୍ତାହ ରାଜ୍ୟରେ ଭଲ ବର୍ଷା ହେବ। ଗୋଟିଏ ପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳ ସମୁଦ୍ରରେ ଗୁରୁବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ଏହି ଲଘୁଚାପର ପ୍ରଭାବ କମି ଆସିବା ବେଳକୁ ୨୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା ଅନୁଭୂତ ହୋଇଥିବାବେଳେ ସର୍ବାଧିକ ବର୍ଷା ନୟାଗଡ ସହରରେ ୧୩୯ମିମି ରେକର୍ଡ ହୋଇଛି | ଦୁଇ ସ୍ଥାନରେ ଅତି ପ୍ରବଳ ଏବଂ ୧୦ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି | ନୟାଗଡ ପରେ ଖୋର୍ଦ୍ଧା ବୋଲଗଡ଼ରେ ୧୨୮ ମିମି, କଟକ ଜିଲ୍ଲା ବାଙ୍କୀରେ ୯୩ ମିମି ବର୍ଷା ରେକର୍ଡ କରାଯାଇଛି | ସେହିପରି ବରଗଡ଼ ପଦ୍ମପୁରରେ ୭୬ ମିମି, ରାୟଗଡା ପଦ୍ମପୁରରେ ୭୬ ମିମି, କଳାହାଣ୍ଡି ଧର୍ମଗଡରେ ୭୦ ମିମି, ନବରଙ୍ଗପୁର ଝରୀଗାଁରେ ୭୦ ମିମି, ରାୟଗଡା ବିଷମକଟକରେ ୬୭.୨ ମିମି, ଢେଙ୍କାନାଳ କାମାକ୍ଷାନଗରରେ ୬୫.୨ ମିମି, ନବରଙ୍ଗପୁର ରାଇଘର ଓ ବଲାଙ୍ଗୀର ଖପ୍ରାଖୋଲରେ ୬୫ ମିମି, କଳାହାଣ୍ଡି ଲାଞ୍ଜିଗଡ଼ରେ ୬୪.୬ ମିମି, ବଲାଙ୍ଗୀର ଦେଓଗାଁରେ ୬୩ ମିମି, ନୟାଗଡ ଭାପୁରରେ ୬୦ ମିମି ବର୍ଷା ରେକର୍ଡ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe