ବର୍ଷାରେ ଭାଙ୍ଗିଲା ମାଟି ଘର: ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

Advertisment
ବର୍ଷାରେ ଭାଙ୍ଗିଲା ମାଟି ଘର: ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଜହ୍ନାପଙ୍କ: ଲଘୁଚାପ ପ୍ରଭାବରେ ତିନି ଦିନ ଧରି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ, ତେଲିବନ୍ଧ, ମୁଣ୍ଡାପଡା ରାଜସ୍ୱ କାର୍ଯ୍ୟାଳୟ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ, ପଦ୍ମନପୁର, ମୁଣ୍ଡାପଡା, ଖୁଣ୍ଟବନ୍ଧ, ତେଲିବନ୍ଧ ପଂଚାୟତରେ ଅବିଶ୍ରାବ ବର୍ଷା ହେବା ଯୋଗୁଁ ଅନେକ ଗ୍ରାମରେ ମାଟି ଘର ଭାଙ୍ଗିବା ସହ ପାଣି ପଶି ଘର-ଦ୍ୱାର ନଷ୍ଟ ହୋଇଯାଇଛି।

ଖୁଣ୍ଟବନ୍ଧ ପଂଚାୟତ ଶରଧାପୁର ଗ୍ରାମର ବୁଧବାରୀ ଗାଈଗରିଆ, ସନ୍ତୋଷ ଗାଈଗରିଆ, ଶତ୍ରୁଘ୍ନ ଡାଙ୍ଗ, କୁଳମଣି ଖଣ୍ଡଗିରି, ନିରଞ୍ଜନ ଦେହୁରୀ, ହରି ଦେହୁରୀ, ରମେଶ ଖଣ୍ଡଗିରିଙ୍କ ମାଟି ଛପର ଘର ବର୍ଷା ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ତାଙ୍କ ମାଟି ଘର ମାଟିରେ ମିଶି ଯାଇଛି। ସେହିପରି ବେନ୍ଦିରିପାଲି ଗ୍ରାମର ରାମଚନ୍ଦ୍ର ସାଦାରସିଂ, ରସାନନ୍ଦ ସାଦାର ସିଂ, ଶେଷଦେବ ସାଦାରସିଂ, ରୀନା ନାଏକ, ବିଶିକେଶନ ଗାଈଗରିଆଙ୍କ ପନ୍ଦର ବଖରା ଘର ବର୍ଷା ପାଣିରେ ଭିଜି ସମ୍ପୂର୍ଣ ଭୁଶୁଡି ପଡିଛି। ଏହା ସହ ଲକ୍ଷ୍ମୀପ୍ରସାଦ ପଂଚାୟତ ଜଗତି ଗ୍ରାମର ଅଜିତ ପାଣିଗ୍ରାହୀ, ବାଘପାଲି ଗ୍ରାମର ନୀଳମଣି ପ୍ରଧାନ, ନାରାୟଣନଗର ଗ୍ରାମର ନୀଳମଣି ମିର୍ଦ୍ଧାଙ୍କ ଘର ବର୍ଷା ପାଣି ପଶି ଲୋକଙ୍କ ଘର ଦ୍ୱାର ନଷ୍ଟ ହୋଇ ଯାଇଛି ।

ଲୋକଙ୍କ ଘର ଭାଙ୍ଗି ଯାଇଥିବା ଯୋଗୁଁ ପରିବାର ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ପରିବାର ଲୋକଙ୍କ ପାଖରେ ଖୁଣ୍ଟବନ୍ଧ ରାଜସ୍ୱ ନୀରିକ୍ଷକ ସତ୍ୟନାରାୟଣ ପ୍ରଧାନ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ଏଣୁ ଏମାନଙ୍କୁ ଯଥା ଶୀଘ୍ର ସରକାରୀ ସହାୟତା ମାଧ୍ୟମରେ ଆବାସ ଗୃହ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe