ଭଦ୍ରକରେ କାଳବୈଶାଖୀର ପ୍ରଭାବ, କୁଆପଥର ସହ ପବନ ଓ ପ୍ରବଳ ବର୍ଷା

Advertisment

ଜନ ଜୀବନ ଅସ୍ତ ବ୍ୟସ୍ତ

ଜନ ଜୀବନ ଅସ୍ତ ବ୍ୟସ୍ତ

ଭଦ୍ରକରେ କାଳବୈଶାଖୀର ପ୍ରଭାବ, କୁଆପଥର ସହ ପବନ ଓ ପ୍ରବଳ ବର୍ଷା

Sambad

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ତିନିଟା ବେଳେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ଘୁର୍ଣ୍ଣିଝଡ ହେବା ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ହୋଇଛି। ଦେଢ଼ ଘଣ୍ଟା କାଳ ପ୍ରବଳ ବର୍ଷା ଓ ପବନ ବହିଥିଲ। ଏହି କାରଣରୁ ଜଣ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଥିଲା। ଗଛ ପତ୍ର ଭାଙ୍ଗି ପଡଛି। କିଛି କିଛି ଜାଗାରେ ବଡ଼ବଡ଼ ଗଛ ଉପୁଡ଼ି ପଡିଛି। କୁଆ ପଥର ମାଡ଼ ଯୋଗୁ ପରିବା ଚାଷ ନଷ୍ଟ ହୋଇଛି। ବିଶେଷ କରି ମୁଗ ଓ ଡାଲି ଜାତୀୟ ଫସଲ ନଷ୍ଟ ହୋଇଛି।

ଭଦ୍ରକ, ଗଞ୍ଜେଇ ବଡି, ଜଳଙ୍ଗା, ଅର୍ଣ୍ଣପାଲ, କାଉପୂର, ଦୋଳ ସାହି, ପାଳିଆ, ବନ୍ତର ଗଣିଯାଙ୍ଗ, କାଦବରାଙ୍ଗ, ବିରିଡ଼ି, ଭର ସିଂହ ପୁର, ଗୋପାଳପୁର, ଛୁଆଲ ସିଂହ, ପଲସା ଆଦି ଗ୍ରାମର ପରିବା ଚାଷ କୁଆ ପଥର ମାଡରେ କ୍ଷତି ହୋଇଛି। ବର୍ଷା ଓ ପବନରେ ଯୋଗୁ ସହରେ ବିଦୁତ ଖୁଣ୍ଟ ଭାଙ୍ଗି ପଡ଼ିବା କାରଣରୁ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ଅପରାହ୍ନ ୩ ଟାରୁ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe