ଖୋର୍ଦ୍ଧାରେ କାଳବୈଶାଖୀ ତାଣ୍ତବ, ୩ ଘଣ୍ଟା ଧରି ବର୍ଷିଲା

Advertisment

କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ

କ୍ଷୟକ୍ଷତି ରିପୋର୍ଟ ଦାଖଲ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ

ଖୋର୍ଦ୍ଧାରେ କାଳବୈଶାଖୀ ତାଣ୍ତବ, ୩ ଘଣ୍ଟା ଧରି ବର୍ଷିଲା

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ପବନ ସହ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଫଳରେ ଜିଲ୍ଲାରେ ଗତ ୧ ସପ୍ତାହ ଧରି ଚାଲିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଆଶ୍ୱସ୍ତି ମିଳିଛି। ଅପରାହ୍ନ ପ୍ରାୟ ୨ଟା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ଜିଲ୍ଳାର ସମସ୍ତ ବ୍ଲକରେ ଏହାର କାଳବୈଶାଖୀର ପ୍ରଭାବ ଅଳ୍ପ ବହୁତ ଅନୁଭୂତ ହୋଇଥିବା ବେଳେ ଖୋର୍ଦ୍ଧା ସହର ଓ ଆଖପାଖ ଅଞ୍ଚଳରେ ପ୍ରାୟ ଅଢ଼େଇରୁ ତିନି ଘଣ୍ଟା ଧରି ପ୍ରବଳ ବର୍ଷା ପରେ ସନ୍ଧ୍ୟା ୭ ଟା ଯାଏଁ ଝିପିଝିପି ବର୍ଷା ହେଉଥିଲା। ମିଳିଥିବା ସୂଚନାରେ, କାଳିଜାଈ ମନ୍ଦିରରେ କାଳବୈଶାଖୀ ବର୍ଷା ପାଇଁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଚିଲିକା, ବାଲୁଗାଁ, ଟାଙ୍ଗୀ ଓ ଖୋର୍ଦ୍ଧା ବ୍ଲକର କେତେକ ଅଞ୍ଚଳରେ ଗଛ ଭାଙ୍ଗିବା ସହ କେତେକ ଚାଳଛପର ଘର, ଗୁହାଳ, ରବି ଫସଲ, ପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଏନେଇ ଜିଲ୍ଲା ଆପତକାଳୀନ ଅଧିକାରୀ ମମତା ସାହୁ କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ କରି ଆସନ୍ତାକାଲି ରିପୋର୍ଟ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତାକାଲି ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ସଠିକ ପରିମାଣ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe