କୋରାପୁଟ ଜିଲ୍ଲାରେ ଲଘୁଚାପ, ପ୍ରବଳ ବର୍ଷା

Advertisment
କୋରାପୁଟ ଜିଲ୍ଲାରେ ଲଘୁଚାପ, ପ୍ରବଳ ବର୍ଷା

NDTV.com

କୋରାପୁଟ: ଗତ ଦୁଇଦିନ ହେବ କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବା ନାଁ ଧରୁନି। ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା ଲାଗିଥିବାବେଳେ ପଟାଙ୍ଗୀରେ ୧୯୪.୦ ମିମି ଓ କୋଟପାଡରେ ୧୯୪.୦ ମିମି ବର୍ଷା ହୋଇଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଆଜି ସକାଳୁ ସନ୍ଧ୍ୟା ୫ଟା ଯାଏ ଜିଲ୍ଲାରେ ମୋଟ ୮୭୦.୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହରାହାରି ୬୨.୨୦ ମିମି ବର୍ଷା ହୋଇଥିବା ଜଣାପଡିଛି। ଗତକାଲି ଜିଲ୍ଲାରେ ୪୮୬.୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ୩୭୨.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାରେ ଅଗଷ୍ଟ ମାସରେ ମୋଟ ୨୫୪୩.୭ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ଭାବେ ୧୮୧.୬୯ ମିମି ବର୍ଷା ହୋଇଥିବା ଜଣାପଡିଛି। ତେବେ ୧ରେ ୨୩୨.୮, ୨ରେ ୮୭, ୩ରେ ୧୦୫.୮, ୪ରେ ୧୦୯, ୫ରେ ୫୧.୪, ୬ରେ ୬୦୦.୬, ୭ରେ ୪୮୬.୩ ଓ ଆଜି ୮୭୦.୮ ମିମି ବର୍ଷା ରେକର୍ଡ କରାଯାଇଛି।

କୋରାପୁଟରେ ୪୦.୪, ଲମତାପୁଟରେ ୫୨.୪, ପଟାଙ୍ଗୀରେ ୧୪୯.୦, ବନ୍ଧୁଗାଁରେ ୧୬.୦, ନନ୍ଦପୁରରେ ୪୧.୦, ଦଶମନ୍ତପୁରରେ ୮.୦, ନାରାୟଣପାଟଣାରେ ୯.୬, ଲକ୍ଷ୍ମୀପୁରରେ ୬.୦, ସେମିଳିଗୁଡାରେ ୭୧.୦, ଜୟପୁରରେ ୩୯.୮, କୋଟପାଡରେ ୧୯୪.୦, କୁନ୍ଦୁରାରେ ୮୦.୮, ବୋରିଗୁମ୍ମାରେ ୯୨.୮ ଓ ବୈପାରିଗୁଡାରେ ୭୦.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe