ଟିକା କେନ୍ଦ୍ରରେ ଭିଡ଼; ଅନଲାଇନ୍ ପଂଜୀକରଣ କରିଥିବା ଏକାଧିକ ବରିଷ୍ଠ ନାଗରିକ ଟିକା ନନେଇ ଫେରିଲେ

Advertisment
ଟିକା କେନ୍ଦ୍ରରେ ଭିଡ଼; ଅନଲାଇନ୍ ପଂଜୀକରଣ କରିଥିବା ଏକାଧିକ ବରିଷ୍ଠ ନାଗରିକ ଟିକା ନନେଇ ଫେରିଲେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନା କେନ୍ଦ୍ରରେ କରାଯାଇଥିବା କରୋନା ଟିକା କେନ୍ଦ୍ରରେ ଲୋକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସାମାଜିକ ଦୂରତା କଥା ପଚାରୁଛି କିଏ। ଆଜି ଟିକା ଦାନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଥିଲ। ଯଦି କୌଣସି ଲୋକଙ୍କ ଠାରେ କରୋନା ଲକ୍ଷଣ ଥାଇ ଟିକା କେନ୍ଦ୍ରକୁ ଆସିଥବ ତାହେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଲୋଚନା ହେଉଛି ।

ଟିକାଦାନ କେନ୍ଦ୍ରରେ ଭୋର ପାଞ୍ଚଟାରେ ଲୋକେ ଆଧାରକାର୍ଡ ଧରି ଛିଡ଼ା ହୋଇଛନ୍ତି । ଯାହାଫଳରେ ଯେଉ ବ୍ୟକ୍ତି ମାନେ ଦ୍ବିତୀୟ ପାଳିରେ ଟିକା ନେବାପାଇଁ ଅନଲାଇନ୍ ପଂଜୀକରଣ କରି କାଗଜ ଧରି ଆସିଥିଲେ ଭିଡ଼ ଯୋଗୁଁ ଭିତରକୁ ପଶି ନପାରି ଫେରି ଆସିଥିଲେ । ଯାହାଫଳରେ ଜନ ଅସନ୍ତୋଷ ଦେଖା ଦେଇଥିଲା । ପରିସ୍ଥିତି ଏଭଳି ହେଲା କମ୍ ସଂଖ୍ୟକ ପୁଲିସ ପରିସ୍ଥିତିକୁ ସମ୍ଭାଳିବା କଷ୍ଟ କର ହୋଇଥିଲା । ପରେ ଅଧିକ ପୁଲିସ ଆସିବା ପରେ ପରିସ୍ଥିତିରେ କିଛି ସୁଧାର ହୋଇଥିଲା।

ଆଜି ବୀରମହାରାଜପୁର ଡାକ୍ତରଖାନା ଟିକା ଦାନ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ତରଫରୁ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ପରେ ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକ କରୋନା ଟିକା ନେଇଥିଲେ ।

‌‌‌‌ଏଠ।ରେ ପ୍ରଶ୍ନ ଉଠୁଛି ଯେଉ ମାନେ ଦ୍ବିତୀୟ ପାଳିରେ ଟିକା ଦେବାକୁ ଆସିଥିବା ଅନେକ ବରିଷ୍ଠ ନାଗରିକ ମଧ୍ୟ ଟିକା ନେବାରୁ ବଞ୍ଚିତ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲ ‌। ଏଣୁ ପ୍ରଶାସନ ତରଫରୁ  ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବାକୁ ଆସଥିବା ବ୍ୟକ୍ତି ମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe