ହେଲମେଟ ଯାଞ୍ଚ, ପୁଲିସ-ଜନତା କଥା କଟାକଟି

Advertisment
ହେଲମେଟ ଯାଞ୍ଚ, ପୁଲିସ-ଜନତା କଥା କଟାକଟି

ବଲାଙ୍ଗୀର: ଦୁର୍ଘଟଣା ସଂଖ୍ୟା ବଢୁଛି। ବହୁ ସଂଖ୍ୟାରେ ଦୁର୍ଘଟଣାରେ ପ୍ରାଣହାନୀ ସବୁ ହେଉଛି। ଏହାକୁ ଲକ୍ଷ୍ୟ କରି ହେଲମେଟ ପିନ୍ଧିବାକୁ କଡ଼ାକଡ଼ି ନିୟମ ହୋଇଛି। ବଲାଙ୍ଗୀର ସହରରେ ଶନିବାରଠାରୁ ହେଲମେଟ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ପୁଲିସ-ସାଧାରଣ ଜନତା ବେଶ୍‌ କଥା କଟାକଟି ହେଉଛନ୍ତି। ପୁଲିସ ନିର୍ଦେଶ ମୁତାବକ ଯାଞ୍ଚ କରାଯାଉଛି ବୋଲି କହୁଥିବା ବେଳେ ସାଧାରଣ ଲୋକେ କିଛି ସମୟ ଲୋକଙ୍କୁ ଦିଆଯିବା କଥା ବୋଲି କହୁଛନ୍ତି। ଆଦର୍ଶ ଥାନା ନିକଟରେ ଯାଞ୍ଚ ସମୟରେ ରବିବାର ଟ୍ରାଫିକ ପୁଲିସ ଓ ଲୋକଙ୍କ ମଧ୍ୟରେ ବେଶ୍‌ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା।

ହଠାତ୍‌ ଥାନା ଆଗରେ ପୁଲିସ ଅଧିକାରୀ ରାସ୍ତା ଉପରକୁ ଆସିଥିଲେ। ହେଲମେଟ ନପିନ୍ଧି ବାଇକ୍‌ ଚଳାଉଥିବା ଲୋକଙ୍କୁ ଥାନା ନିକଟ ରାସ୍ତାକୁ ନେଉଥିଲେ। ସେଠାରେ ରସିଦ କଟାଯାଉଥିଲା। କିଛି ସମୟ ଲୋକଙ୍କୁ ଅଟକାଇ ରସିଦ କାଟିବା ଭିତରେ ଆଉ କିଛି ଲୋକ ବିନା ହେଲମେଟରେ ଲୁଚିଛପି ପଳାଉଥିଲେ। ଯଦି ଧରିବାର ଅଛି ସମସ୍ତଙ୍କୁ ଧରାଯାଉ ବୋଲି କିଛି ଲୋକ ପାଟି କରିଥିଲେ।

ଏପଟେ ପୁଲିସ ଅଧିକାରୀମାନେ ନିର୍ଦେଶ ମୁତାବକ ଧରାଯାଇ ଫାଇନ କଟାଯାଉଛି, ସମସ୍ତଙ୍କୁ ଏକା ସାଙ୍ଗରେ ଧରିଲେ ଭିଡ଼ ବଢ଼ିବ ବୋଲି ପାଲଟା ଜବାବ ଦେଉଥିଲେ। ଯିଏ ଟଙ୍କା ଦେଉ କି ନଦେଉ ରସିଦ ଗାଡ଼ି ନଂ ଦେଖି କଟାଯାଉଥିଲା। ଲୋକଙ୍କ କହିବାନୁସାରେ, ପ୍ରଥମେ ହେଲମେଟ ପିନ୍ଧି ବାହାରିବାକୁ ତିନି ଚାରି ଦିନ ଲୋକଙ୍କୁ ସମୟ ଦେବା ଦରକାର। ହଠାତ ଯାଞ୍ଚ ହେଉଥିବାରୁ ବହୁ ଲୋକେ ଜାଣିପାରିନଥିବା କହୁଥିଲେ। ଏଭଳି ସ୍ଥିତିରେ ଶନିବାର ୩୬ ହଜାର ଫାଇନ କଟାଯାଇଥିବା ବେଳେ ରବିବାର ଦିନସାରା ୫୬ ହଜାର ଟଙ୍କା ଫାଇନ କଟାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe