ସ୍ବେଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ସ୍ବେଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର କିରାମାହା ଗ୍ରାମର ରୋହିତ ପ୍ରଧାନ ନାମକ ବ୍ୟକ୍ତି କେରଳ ଦାଦନ ଖଟିବାକୁ ଯାଇ କୌଣସି କାରଣ ପାଇଁ ଗତ ୯ ତାରିଖରେ ଆତ୍ମହତ୍ୟା କରିଥିଲେ। ପରବର୍ତୀ ମୁହୂର୍ତ୍ତରେ ମୃତକଙ୍କ ସ୍ତ୍ରୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଶ୍ରମ ଅଧିକାରୀଙ୍କ ନିକଟରେ ନିଜ ସ୍ଵାମୀର ଶବ ଆଣିବା ନିମନ୍ତେ ଗୁହାରି କରିଥିଲେ। ସ୍ଥାନୀୟ ସରପଞ୍ଚ ତ୍ରିଶିଲା ପ୍ରଧାନ ଓ ସମାଜ ସେବୀ ଜିହାଉଦ୍ଦିଁନ୍ ଅହମ୍ମଦ, ୱାର୍ଡ ମେମ୍ବର କେଶବ ପ୍ରଧାନ ଓ ସମାଜସେବୀ ମୁନ୍ନା ପଟ୍ଟନାୟକଙ୍କ ଉଦ୍ୟମରେ  ପ୍ରଶାସନ ପକ୍ଷରୁ ପ୍ରୟାସ କରି ଶବ ଗ୍ରାମକୁ ଅଣାଯାଇଥିଲା ଓ ଶବ ସତ୍କାର କରାଯାଇଥିଲା।

ତେବେ ସାମାଜିକ ରୀତିନୀତି କାର୍ଯ୍ୟକ୍ରମ ଶେଷ ହେବା ପରେ ଆଜି କ.ନୂଆଗାଁ ବ୍ଲକ ର ସ୍ବେଛାସେବୀ ଅନୁଷ୍ଠାନ ମେଇନ୍‌ର କୋଡିନେଟର ରବୀନ୍ଦ୍ର ଡାକୁଆଙ୍କ ଉପସ୍ଥିତିରେ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଲା ପ୍ରଧାନଙ୍କ ସହାୟତାରେ ଗୋଟିଏ ମାସର ରାସନ୍ ସାମଗ୍ରୀ ଓ କିଛି ଅର୍ଥ ମୃତକଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।ତେବେ ସ୍ଥାନୀୟ ସରପଞ୍ଚ ମଧ୍ୟ ପଞ୍ଚାୟତ ପକ୍ଷରୁ ସରକାରଙ୍କ ଅର୍ଣ୍ଣପୂର୍ଣ୍ଣl ଯୋଜନା ଦ୍ବାରା ୩୫ କିଲୋ ଚାଉଳ ନିମନ୍ତେ ବ୍ୟବସ୍ଥା କରିବା ସହିତ ଆସନ୍ତା ମାସ ଠାରୁ ସେ ପାଇବେ ବୋଲି ପ୍ରକାଶ କରିଥିବା ବେଳେ ଆବାସ ଯୋଜନାରେ ମଧ୍ୟ ଗୃହ ଯୋଗେଇ ଦିଆଯିବ ବୋଲି କହିଛନ୍ତି। ସରପଞ୍ଚ ନିରୀହ ଗରିବ ପରିବାରର ମୃତକଙ୍କ ପୁତ୍ର ସନ୍ତାନ ପାଠ ପଢ଼ିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯିବା ନିମନ୍ତେ ମଧ୍ୟ ବ୍ୟବସ୍ଥା କରିଥିବା ପ୍ରକାଶ କରିଛନ୍ତି।ଏହିପରି ଗରିବ ଅସହାୟ ଲୋକମାନଙ୍କ ନିମନ୍ତେ ସାହାର୍ଯ୍ୟ ସହଯୋଗର ହାତ ବଢ଼େଇ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe