Sambad
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ପୂର୍ଲ୍ଲା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ତଥା ଦୟାକରି ହରିଜନଙ୍କ ପୁଅ ଦିବାନ ହରିଜନ ଆଜିକୁ ଏକ ବର୍ଷ ତଳେ କର୍କଟ ରୋଗରେ ପୀଡିତ ହୋଇଥିଲେ। ବର୍ତ୍ତମାନ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଦୟାକରି ନିହାତି ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ପୁଅଙ୍କୁ କଟକ ନେଇ ଚିକିତ୍ସା କରିବାରେ ସକ୍ଷମ ହୋଇପାରୁ ନାହାଁନ୍ତି। ଏହି ଖବର ଜଣିବା ପରେ ପୁର୍ଲା ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ଦିବାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତି ନେଇଥିଲେ।
ଆଜି ସୋମବାର ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ ଏବଂ ଅନ୍ୟ କର୍ମଚାରୀ ମାନେ ଦିବାନଙ୍କ ଘରକୁ ଯାଇ ୧୧, ୬୧୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ଏହି ଅସହାୟ ପରିବାରକୁ ସାହାଯ୍ୟ କରିବା ପାଇଁ ଚାହୁଁ ଥିବା ବ୍ୟକ୍ତି ଦୟାକରିଙ୍କ ଆକାଉଣ୍ଟ ନମ୍ବର ୩୬୧୯୫୨୬୫୬୬୧ରେ ସାହାଯ୍ୟ କରିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି।
Follow Us