ଖୋର୍ଦ୍ଧା: ଖୋର୍ଦ୍ଧା ଥାନା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଏକ ଟ୍ରକ୍୍ର ହେଲପରଙ୍କୁ ହତ୍ୟା କରି ଟ୍ରକ୍ରୁ ଲୁଟ୍ପାଟ୍ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକରୁ ବିଶାଖାପାଟଣାକୁ ମାଲ ନେଇ ଯାଉଥିବା ଏକ ଟ୍ରକ୍ ରାତିରେ ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଫାଣ୍ଡି ଅଞ୍ଚଳରେ ଅଟକି ଥିଲା ଓ ଏହାର ହେଲ୍ପର, ଡ୍ରାଇଭର ବିଶ୍ରାମ ନେଇଥିଲେ। ରାତି ପ୍ରାୟ ୩ଟା ବେଳେ ବେଳେ ୨ଟି ମୋଟର ସାଇକେଲରେ ୬ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ଡ୍ରାଇଭର ଡେଲପରଙ୍କୁ ଆକ୍ରମଣ କରି ୧୬ ହଜାର ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଟ୍ରକ୍ର ହେଲପରଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us