ଓଡ଼ିଶା କୃଷି-୨୦୨୧ କାର୍ଯ୍ୟକ୍ରମରେ ଅସହାୟ ଚାଷୀ  

Advertisment
ଓଡ଼ିଶା କୃଷି-୨୦୨୧ କାର୍ଯ୍ୟକ୍ରମରେ ଅସହାୟ ଚାଷୀ  

ବୌଦ୍ଧ: ଏଲସିଡି ପରଦାରେ ରାଜ୍ୟର କୃଷି ବିଶେଷଜ୍ଞଙ୍କ ଭାଷଣ ପ୍ରଦର୍ଶିତ ହେଉଛି। ଉନ୍ନତମାନର ଜ୍ଞାନ କୌଶଳରେ ଚାଷ କରିବା ପାଇଁ ଉପାୟ ଓ ଅବଲମ୍ବନ ବି‌ଷୟରେ ଭାଷଣ ଚାଲିଛି। ହେଲେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଉପାର୍ଜନ କରିଥିବା ଧାନ ବିକ୍ରି କରି ନପାରି ଜଣେ ଚାଷୀ ଭୋ ଭୋ ହୋଇ କାନ୍ଦୁଥିବା ଭଳି ଦୃଶ୍ୟ ଦେଖାଯାଇଛି ଓଡ଼ିଶା କୃଷି-୨୦୨୧ କାର୍ଯ୍ୟକ୍ରମରେ।

ରୋଗଣା ଭେଣ୍ଡିଆ ପୁଅକୁ ସାଙ୍ଗରେ ନେଇ ଧାନ ବିକ୍ରି କରିବାରେ ସହଯୋଗ କରିବାକୁ ଆକୁଳ ନିବେଦନ କରୁଛନ୍ତି। ହେଲେ ଶୁଣିବାକୁ କେହି ନାହାନ୍ତି। କାନ୍ଦୁଥିବା ବ୍ୟକ୍ତି ଜଣକ ହରଭଙ୍ଗା ବ୍ଲକ ସରସରା ଗ୍ରାମର ଚାପଧାରୀ ପ୍ରଧାନ ବୋଲି ଜଣାଯାଇଛି। ନିଜର ଏକ ଏକର ସହ ଭାଗରେ ନେଇଥିବା ମୋଟ୍‌ ୪ ଏକର ଜମିରେ ଧାନ ଚାଷ କରିଥିଲେ।

ଅମଳ ହେବା ପରେ ତାଙ୍କ ଘରେ ୨୫୦ ପ୍ୟାକେଟ ଧାନ ପଡ଼ି ରହିଛି। ଗତ ମାସ ୨୪ ଓ ୨୭ ତାରିଖରେ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି। ହେଲେ ପେକ୍ସର ଟାର୍ଗେଟ ନଥିବାରୁ ବିକ୍ରି କରି ପାରି ନାହାନ୍ତି। ସେପଟେ ତାଙ୍କ ୨୫ ବର୍ଷର ଭେଣ୍ଡିଆ ପୁଅ ଗଜେନ୍ଦ୍ର ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇଛି। ତାଙ୍କ ବାମ ଜଙ୍ଘର ହାଡ଼ ମଧ୍ୟ ବଢ଼ୁଛି। ବାପକୁ ଚାଷରେ ସାହାଯ୍ୟ କରିବା ବୟସରେ ପୁଅ ଶଯ୍ୟା‌ଶାୟୀ। ଧାନ ବିକ୍ରି କରି ନପାରିବାରୁ ପୁଅର ଚିକିତ୍ସା କରିପାରୁ ନାହାନ୍ତି। ଏ ବିଷୟରେ ସିଏସ୍‌ଓଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଧାନ ବିକ୍ରି କରିନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe