ଜୟପୁର ବଜାରରେ ‘ଶ୍ରାବଣ ଛତୁ’ର ଚାହିଦା, କିଲୋ ଆଠ ଶହ ଟଙ୍କା

Advertisment
ଜୟପୁର ବଜାରରେ ‘ଶ୍ରାବଣ ଛତୁ’ର ଚାହିଦା, କିଲୋ ଆଠ ଶହ ଟଙ୍କା

ଜୟପୁର: ଛତୁ କିଲୋ ୮ଶହ ଟଙ୍କା। ଏକଥା ବିଶ୍ବାସ ହେଉ ନଥିଲେ ବି ସତ। ଏହାର ନାମ ରଖାଯାଇଛି ‘ଶ୍ରାବଣ ଛତୁ’। ଗତକିଛି ଦିନ ହେବ କିଲୋ ପ୍ରତି ୧୬୦୦ଟଙ୍କାରେ ବିକ୍ରି ହେଉଥିବା ଏହି ଛତୁ ଧୀରେ ଧୀରେ ଦର କମିବା ସହ ୮ଶହ ଟଙ୍କାକୁ ଖସିଛି। ମାଛ ମାଂସ ଠାରୁ ବି ଏହାର ଦାମ୍ ଢେର୍ ଅଧିକା ରହିଥିଲେ ବି ଏହାକୁ କିଣିବାକୁ ଲୋକଙ୍କ ମନରେ କାର୍ପଣ୍ୟ ନାହିଁ। ବର୍ଷକୁ ଥରେ ବଜାରକୁ ନୂଆକରି ଆସିଥିବା‌ରୁ ଏହାର ସ୍ବାଦ ଚାଖିବା ପାଇଁ ବି ‌ସେମାନଙ୍କ ମନରେ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାରେ ଶ୍ରାବଣ ଛତୁର ଏକ ସ୍ବତନ୍ତ୍ରତା ରହିଛି। ସାମାନ୍ୟ ବିଜୁଳି ସହ ଘଡ଼ଘଡି ହୋଇ ବର୍ଷା ହେବା ମାତ୍ରକେ ଶ୍ରାବଣ ଛତୁ ଦେଖିବାକୁ ମିଳିଥାଏ।

କେବଳ ଶ୍ରାବଣ ଛତୁ ନୁହଁ ବରଂ ବୋଡ଼ା ଛତୁ ସାଙ୍ଗକୁ ବିଭିନ୍ନ କିସମର ଛତୁ ଏହି ସମୟରେ ବଜାରକୁ ଆସିଥାଏ। ବିଭିନ୍ନ ଛତୁ ମଧ୍ୟରେ ଶ୍ରାବଣ ଛତୁର ଆଦର ନିଆରା। ସହରରେ ନିୟମିତ ଭାବେ ପାଳ ଛତୁ ଓ ବଟନ୍ ଛତୁ ମିଳୁଥିବା ବେଳେ ଏଭଳି ଋତୁ ଭିତ୍ତିକ ଛତୁ ଉପରେ ଲୋକଙ୍କ ନଜର ଥାଏ। ବିଶେଷ କରି ଆଷାଢ଼ ମାସ ଶେଷ ଆଡକୁ ଏବଂ ଶ୍ରାବଣ ମାସରେ ଆଦିବାସୀ ଲୋକେ ପାହାଡ଼ରୁ ଖୋଳି ସଂଗ୍ରହ କରିଥାନ୍ତି ଏହି ଛତୁ। ନିରାମିଷାଶୀଙ୍କ ପାଇଁ ଏହି ଛତୁ ପ୍ରଥମ ପସନ୍ଦ ରହିଥାଏ। ଏହି ବିରଳ ଛତୁ କୋରାପୁଟକୁ ବି ସ୍ବତନ୍ତ୍ର ପରିଚୟ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe