୧୪ଟି ମିଲେଟ୍‌ ଶକ୍ତି କାଫେ ଓ ଆଉଟଲେଟରୁ ଅଢେଇ କୋଟିର ବ୍ୟବସାୟ

Advertisment
୧୪ଟି ମିଲେଟ୍‌ ଶକ୍ତି କାଫେ ଓ ଆଉଟଲେଟରୁ ଅଢେଇ କୋଟିର ବ୍ୟବସାୟ

ଭୁବନେଶ୍ବର: ରାଜ୍ୟରେ ମିଲେଟ୍ ଶକ୍ତି କାଫେ ଏବଂ ମିଲେଟ୍ ଶକ୍ତି ଆଉଟଲେଟରୁ ମେ’ ମାସ ସୁଦ୍ଧା ଅଢେଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ନେଇ ମିଲେଟ୍ ମିସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ, କଟକ, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡା, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୧୪ଟି ସ୍ଥାନରେ ୭ଟି ମିଲେଟ୍ ଶକ୍ତି କାଫେ ଓ ୬ଟି ମିଲେଟ୍ ଶକ୍ତି ଆଉଟଲେଟ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨ଟି ମିଲେଟ୍ ଶକ୍ତି କାଫେ ମଧ୍ୟରୁ ଗୋଟିଏ କାଫେରୁ ଗୋଟିଏ ମାସରେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି। କୃଷି ଭବନ ପରିସରରେ ଥିବା ମିଲେଟ୍ ଶକ୍ତି ଆଉଟଲେଟରୁ ୧ଲକ୍ଷ ୭୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା, କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ‘ମିଲେଟ୍ ଶକ୍ତି ଆଉଟଲେଟରୁ ୨ଲକ୍ଷରୁ ଅଧିକ ଟଙ୍କାର ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରି ହୋଇଛି।

ବିଶ୍ୱକପ ହକି ସମୟରେ ଏହି ଆଉଟଲେଟ ଖୋଲିଥିବା। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ମିଲେଟ୍‌ର ସ୍ବାଦିଷ୍ଟ ଖାଦ୍ୟ ପାଇଁ ମହିଳା ମାନଙ୍କୁ ଭୁବନେଶ୍ୱର ସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଓ ମହିଶୁର ସ୍ଥିତ ସେଣ୍ଟ୍ରାଲ ଫୁଡ଼୍ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଉଛି। ଏହାପରେ ସେମାନେ ମିଲେଟ୍‌ର ବିସ୍କୁଟ, ମିକ୍ସଚର, କେକ୍, ଲଡ଼ୁ, ବାଦାମ ଲଡ଼ୁ, ବରା, ସିଙ୍ଗଡା, ଚକୁଳି ଆଦି ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଅନେକ ଏଥିପାଇଁ ପୁରସ୍କାର ପାଇଛନ୍ତି ଏବଂ ବିଦେଶରେ ପ୍ରଶଂସା ସାଉଁଟିଛନ୍ତି। ୨୦୧୭ ମସିହାରୁ କୃଷି ବିଭାଗ ଅନ୍ତର୍ଗତରେ ମିଲେଟ୍ ମିସନ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe