ଲଗାଣ ବର୍ଷାରେ ବେହାଲ ଜାତୀୟ ରାଜପଥ

ଫସି ରହିଛି ହଜାର ହଜାର ଟ୍ରକ,ଡମ୍ପର

ଲଗାଣ ବର୍ଷାରେ ବେହାଲ ଜାତୀୟ ରାଜପଥ

ରାଉରକେଲା:ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଠାରୁ ଲହୁଣୀପଡାକୁ ସଂଯୋଗ କରୁଥିବା ୨୧୫/୫୨୦ ଜାତୀୟ ରାଜପଥ ଚୁନାଘଟି ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ରାସ୍ତା ଅବସ୍ଥା ବେହାଲ ହୋଇଥାଏ । ଫଳରେ କୋଇଡା ବ୍ଲକରୁ ଖଣି ବୋଝେଇ କରି ଯାଉଥିବା ଏବଂ ଲହୁଣୀପଡା ଅଞ୍ଚଳରୁ ଖଣି ବୋଝେଇ ପାଇଁ ଆସୁଥିବା ହଜାର ହଜାର ଟ୍ରକ ସହିତ ଚାରି ଚକିଆ ଗାଡି ଦିନ ଦିନ ଧରି ଜାମରେ ଫସି ରହି ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି ।

ଅନ୍ୟପଟେ ଚଳିତ ବର୍ଷ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତାରେ ଆଣ୍ଠୁଏ ଲେଖାଏ ଗର୍ତ ସୃଷ୍ଟି ହୋଇଛି । ବିଶେଷ କରି ଚୁନାଘାଟି ଠାରେ ରାସ୍ତା ଅବସ୍ଥା ଅତି ଦୟନୀୟ ହୋଇପଡିଥିବାରୁ ବିମଲାଗଡ଼ , ଜାମୁଢି , କାଲଟା , ତୋଡା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଗାଡି ଦୀର୍ଘ ତିନି ଦିନ ହେବ ଭୟଙ୍କର ଜାମରେ ଠିଆ ହୋଇ ରହିଛନ୍ତି । ରାସ୍ତା ଜାମକୁ ତିନି ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସମ୍ପୃକ୍ତ ଠିକା ସଂସ୍ଥା ଘଟଣାସ୍ଥଳରେ ପହଁଚି ନଥିବା ଅଭିଯୋଗ ହୋଇଛି । ଏପଟେ ବଣାଇ ଉପଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe