ସହରସାରା ହୋର୍ଡିଂ, ବ୍ୟାନର୍ ଭର୍ତ୍ତି

Advertisment
ସହରସାରା ହୋର୍ଡିଂ, ବ୍ୟାନର୍ ଭର୍ତ୍ତି

ଜୟପୁର: ସାଧାରଣ ନିର୍ବାଚନକୁ ମାତ୍ର ୭ ଦିନ। ତେଣୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ନିଜ ସମ୍ପର୍କିତ ହୋର୍ଡ଼ିଂ ଓ ବ୍ୟାନରରେ ଭର୍ତ୍ତି କରିଛନ୍ତି। ଆଉ କିଛି ଶିକ୍ଷାନୁଷ୍ଠାନ ଓ ବେସରକାରୀ ସଂସ୍ଥାର ବି ହୋର୍ଡ଼ିଂ ଓ ବ୍ୟାନର ଲାଗିଛି। ତା ସାଙ୍ଗକୁ ବିଭିନ୍ନ ଦଳର ଦଳୀୟ ପତାକା ବି ଝୁଲୁଥିବା ଦେଖିବାକୁ ମିଳିଛି। ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ ସହ ସମସ୍ୟା ସୃଷ୍ଟି କରୁଛି। ବିନା ଅନୁମତିରେ ଏହି କାରବାର ପାଇଥିବାର ରାଜସ୍ବ ହାନି ବି ହେଉଛି। ବ୍ୟକ୍ତି ବିଶେଷ ଅବା ବ୍ୟବସାୟ ପ୍ରତିଷ୍ଠାନର ପ୍ରଚାରପ୍ରସାର ବିଜ୍ଞାପନ ହୋର୍ଡ଼ିଂ ଲଗାଇବା ଲାଗି ସରକାରୀ ନିୟମ ରହିଛି। ହାତଗଣତି କେତେଜଣଙ୍କୁ ଛାଡ଼ି ଦେଲେ ଅଧିକାଂଶ ନିୟମ ମାନୁନାହାନ୍ତି । ଏବାବଦରେ ଟଙ୍କାଟିଏ ବାନ୍ଧିବାକୁ ଉଚିତ ମଣୁନାହାନ୍ତି । ସବୁଠୁ ଅଧିକ ଖିଲାପ କରୁଛନ୍ତି ବ୍ୟବସାୟ ପ୍ରତିଷ୍ଠାନ ଏବଂ ରାଜନୈତିକ ଦଳ ।

ବ୍ୟବସାୟୀମାନେ ନିଜ ଦୋକାନ ସାମନାରେ ବିଭିନ୍ନ ସାମଗ୍ରୀର ପ୍ରଚାରପ୍ରସାର ଲାଗି ଜବରଦଖଲ କରୁଛନ୍ତି । ଜାତୀୟ ରାଜପଥ କଡ଼ରେ ହୋର୍ଡି, ଫ୍ଲେକ୍ସ, ବ୍ୟାନର ଲଗାଇବା ଉପରେ ସୁପ୍ରିମ୍ କୋର୍ଟ ନିଷେଧାଦେଶ ଜାରି କରିଛନ୍ତି । ଫ୍ଲାଇଂ ସ୍କ୍ବାର୍ଡକୁ ଏ ନେଇ ଅଭିଯୋଗ ଆସିବା ପରେ ସବୁ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କ ବେଆଇନ୍ ଭାବେ ଲଗାଯାଇଥିବା ହୋଡିଂ ଓ ବ୍ୟାନର ହଟାଯାଇଛି ବୋଲି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । କିଛି ସ୍ଥାନରେ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ହୋଡିଂ ଲଗାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଅନୁମତି ଆଣିଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟ, ପାଚେରୀ, ବିଦ୍ୟୁତ ଖୁଣ୍ଟ ଆଦିରେ ଏଭଳି ଲଗାଗଲେ ତୁରନ୍ତ ହଟାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe