ପୁରୁଷ ହକି ବିଶ୍ୱକପକୁ ବାମନଘାଟୀରେ ସ୍ୱାଗତ

Advertisment
ପୁରୁଷ ହକି ବିଶ୍ୱକପକୁ ବାମନଘାଟୀରେ ସ୍ୱାଗତ

ରାଇରଙ୍ଗପୁର: ଚଳିତ ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚଳିତ ମାସ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ଗତ ୨୫ ଡିସେମ୍ବର ଠାରୁ ବିଶ୍ୱକପ୍ ହକି ଟ୍ରଫିକୁ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରାଯାଉଛି । ଆଜି ସନ୍ଧ୍ୟା ୪.୪୫ ସମୟରେ ବିଶ୍ୱକପ୍ ହକି ଟ୍ରଫିକୁ ରାଇରଙ୍ଗପୁର କଲେଜ ଛକରେ ପହଂଚିବା ପରେ ବାମନଘାଟୀ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେଠାରୁ ଉପଖଣ୍ଡ ପ୍ରଶାସନ,ପୗରପାଳିକା,ଉପଖଣ୍ଡର ସମସ୍ତ ବ୍ଲକ୍,ତହସିଲଦାର,କଲେଜ କର୍ତୁପକ୍ଷ,କଲେଜ ଛାତ୍ରଛାତ୍ରୀ,ବିଭିନ୍ନ ସଂୟ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ କରାଯିବା ପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ସମେତ ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ବିଜୁ ପଟ୍ଟନାୟକ ଛକ(ଦୂର୍ଗା ମଣ୍ଡପ)ଠାରୁ ରାଇରଙ୍ଗପୁର ଷ୍ଟାଡିୟମ ପର୍ଯ୍ୟନ୍ତ ପାରମ୍ପରିକ ଲୋକନୃତ୍ୟ, ଆଦିବାସୀ ନୃତ୍ୟ ଓ ଛାତ୍ରଛାତ୍ରୀଙ୍କା ଦ୍ୱାରା ପ୍ରସ୍ତୁତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଶୋଭାଯାତ୍ରା କରି କଚେରୀ ପଡିଆ (ରାଇରଙ୍ଗପୁର ଷ୍ଟାଡିୟମ୍)କୁ ପାଛୋଟି ନିଆଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା ।

publive-image

ଏହି ଅବସରରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ,କେରଳା ପବ୍ଲିକ୍ ସ୍କୁଲ, ଲିଟିଲ୍ ଫ୍ଲଆର୍ ସ୍କୁଲ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସାହୁ,ଉପଖଣ୍ଡ ପୁଲିସ ଅଧିକାରୀ ଗୋକୁଳା ନନ୍ଦ ସାହୁ, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ବିଧାୟକ ନବଚରଣ ମାଝୀ, ପୌରାଧକ୍ଷ ଅଭିଷେକ ପଟ୍ଟନାୟକ, ଉପଧକ୍ଷା ମମିତା ଚୌଧରୀ, ଧମେନ୍ଦ୍ର ଶତପଥୀ, ଥାନାଅଧିକାରୀ ଅଜୟ ସୁଦର୍ଶନ ବାଗେ, ଏନ.କେ ମଲ୍ଲିକ, ବିଡିଓ ସାଗର ମୁର୍ମୁ, ବି.ପି ମହାପାତ୍ର, ଲକ୍ଷ୍ମଣ ଚରଣ ସୋରେନଙ୍କ ସମେତ ସମସ୍ତ ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe