ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ସନ୍ଧ୍ୟା ପୂର୍ବରୁ ବାହାର କରିବାକୁ ଭୁଲିଗଲେ

୭୬ତମ ସାଧାରଣତନ୍ତ୍ର ଦିବସରେ ସରକାରୀ କାର୍ଯ୍ୟାଳୟରେ ବାବୁମାନଙ୍କ ଦାୟିତ୍ୱହୀନତାର ପରିଚୟ ଦେଖିବାକୁ ମିଳିଛି। ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ଜାତୀୟ ପତାକା ଓହ୍ଲାଇବାର ନିୟମ ଥିଲେ ମଧ୍ୟ ଘୁ.ଉଦୟଗିରି ସହରରେ ଅବସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନିୟମ ପାଳନ କରାଯାଇ ନାହିଁ....

Hoisted the national flag in the office of the Additional Deputy District Collector and forgot to remove it earlier in the evening

Hoisted the national flag in the office of the Additional Deputy District Collector and forgot to remove it earlier in the evening Photograph: (sambad.in)

ଘୁ.ଉଦୟଗିରି: ୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପୁରପଲ୍ଲୀ ପାଳିତ ହେଉଥିବା ବେଳେ ସ୍ଥାନୀୟ ସହରରେ ମଧ୍ୟ ବେଶ ଧୁମଧାମରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ହେଲେ ସରକାରୀ କାର୍ଯ୍ୟାଳୟରେ ବାବୁମାନଙ୍କ ଦାୟିତ୍ୱହୀନତାର ପରିଚୟ ଦେଖିବାକୁ ମିଳିଛି।

ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ଜାତୀୟ ପତାକା ଓହ୍ଲାଇବାର ନିୟମ ଥିଲେ ମଧ୍ୟ ଘୁ.ଉଦୟଗିରି ସହରରେ ଅବସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାତି ସାରା ଜାତୀୟ ପତାକା ଉଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେହି ମଧ୍ୟ ଏଥି ପ୍ରତି ଧ୍ୟାନ ଦେଇନାହାନ୍ତି।

ସୋମବାର ସକାଳୁ ଜାତୀୟ ପତାକା ଓହ୍ଲାଯାଉଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟଳୟରେ କୌଣସି କର୍ମଚାରୀ ନାହାନ୍ତି। ସ୍ଥାନୀୟ ବିଡ଼ିଓ ନାମକୁ ମାତ୍ର ଅତିରିକ୍ତ ଉପଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ବ୍ରାଉନ ସୁଗାର ଜବତ,୨ ଗିରଫ

ରବିବାର ବ୍ଲକର କର୍ମଚାରୀ ଏହି ପତାକା ଲଗାଇଥିବା ବେଳେ ଅତିରିକ୍ତ ଉପଜିଲ୍ଲାପାଳ ମନୋଜ କୁମାର ଦେବତା ପତାକା ଉତ୍ତୋଳନ କରିଥିଲେ।ହେଲେ ସନ୍ଧ୍ୟା ପୂର୍ବରୁ ପତାକା ଓହ୍ଲାଇବାକୁ ଭୁଲି ଯାଇଥିଲେ।

ଅଧିକ ପଢ଼ନ୍ତୁ:ଶୀଘ୍ର ଆସ ବାବୁ ! କ୍ୟାବ୍ ବୁକ୍ କରିବା ପରେ ଏଭଳି ମେସେଜ୍ କଲା ବାବୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe