କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ମଣ୍ଡଳ ଗ୍ରାମର ପ୍ରହଲ୍ଲାଦ ନିଆଲଙ୍କ ଘର ପୋଟିକୋ ଭୁଶୁଡ଼ି ପଡ଼ିଛି। ତେବେ ଘର ମାଲିକ ପ୍ରହଲ୍ଲାଦ ନିଆଲ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରହଲ୍ଲାଦ ସୋମବାର ଅପରାହ୍ଣ ୫ଟାରେ ଏହି ପୋଟିକୋ ତଳେ ଏକ ଚୌକିରେ ବସିଥିବା ବେଳେ ତାହା ଭୁଶୁଡ଼ି ପଡ଼ିଥିଲା। ଏହି ଘରକୁ ଭାଙ୍ଗି ନୂଆ ଘରଟେ କରିବାକୁ ମୋ ଘର ଋଣ ଯୋଜନାରେ ଆବେଦନ କରି ପ୍ରାୟ ୩ ମାସ ବିତି ଯାଇଥିଲେ ହେଁ ଟଙ୍କା ମିଳି ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଭୁଶୁଡ଼ିଗଲା ପୋଟିକୋ, ଅଳ୍ପକେ ବର୍ତ୍ତିଲେ ଘର ମାଲିକ
Advertisment
Follow Us