ପାଟଣା: ପାଟଣା ରେଞ୍ଜ ଷଡ଼ଙ୍ଗବାହାଳି ଗ୍ରାମରେ ଏକ ଦନ୍ତାହାତୀ ପଶି ଗ୍ରାମର ମଦନ ସୁନ୍ଦର ମହାନ୍ତଙ୍କ ଖପର ଘର ଭାଙ୍ଗି ଦେଇଛି। ଘର ଆଗରେ ଥିବା ଏକ ବାଇକ୍କୁ ହାତୀ କଚାଡ଼ି ଭାଙ୍ଗିଛି। ଦୀର୍ଘଦିନ ହେବ ଏହି ଅଞ୍ଚଳରେ ହାତୀପଲ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପରିବା ଚାଷ ନଷ୍ଟ କରୁଛନ୍ତି। ଏବେ ଗୋଠଛଡ଼ା ହୋଇ ଏକ ଦନ୍ତା ଏଣେତେଣେ ବୁଲୁଛି। ଡୁମୁରିଆ ଅଞ୍ଚଳରେ ଘରଦ୍ୱାର ଭାଙ୍ଗୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ଘର ଭାଙ୍ଗିଲା ଦନ୍ତା
Advertisment
Follow Us