ହାତୀ ଉପଦ୍ରବ: ଘର-ବୋରୱେଲ ଭାଙ୍ଗିଲେ, ଫସଲ ନଷ୍ଟ କଲେ 

Advertisment
ହାତୀ ଉପଦ୍ରବ: ଘର-ବୋରୱେଲ ଭାଙ୍ଗିଲେ, ଫସଲ ନଷ୍ଟ କଲେ 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବନବିଭାଗ ଅନ୍ତର୍ଗତ କୁଟିଙ୍ଗପଦର ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ରବିବାର ଓ ସମବାର ରାତି ପ୍ରାୟ ସାଢ଼େ ୧୧ ଟାରେ ନିକଟସ୍ଥ ହାତୀଶାଳ ସଂରକ୍ଷିତ ଜଙ୍ଗଲରୁ ଦୁଇଟି ହାତୀ ଆସି କୁଟିଙ୍ଗପଦର ଗ୍ରାମର ଡଲାପଡ଼ାରେ ଥିବା ରବି ମାଝୀଙ୍କ ଘର ଭାଙ୍ଗିବା ପରେ ଘର ନିକଟରେ ଥିବା ଧାନଖଳାରେ ଗଦା ଯାଇଥିବା ଧାନକୁ ଖାଇଥିଲେ।

publive-image

ଖଳାରେ ଥିବା ୧୭ ପ୍ୟାକେଟ୍‌ ଧାନ, ୪ ପ୍ୟାକେଟ୍‌ ମାଣ୍ଡିଆ ଓ ଘର ପଛପଟେ ଥିବା ୫ ଏଚ୍‌ପି ବୋରୱେଲକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏ ନେଇ ରବି ଲାଞ୍ଜିଗଡ଼ ବନ ବିଭାଗ ପାଖରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ବିଭାଗ ପକ୍ଷରୁ କେହି ଗାଁକୁ ଯାଇ ନଥିବା ବେଳେ ଛିଣ୍ଡିଥିବା ବିଦ୍ୟୁତ ତାର ସୋମବାର ଦିନ ତମାମ ଝୁଲି ରହିଥିଲା। ପୁଣି ସୋମବାର ରାତି ସାଢେ ୧୧ ଟାରେ ଏହି ହାତୀ ଦୁଇ ଗୋଟି ଆସି ଭୀଷଣ ଗର୍ଜନ କରିଥିଲେ। ଏହି ସମୟରେ ଘରେ ରବିର ସ୍ତ୍ରୀ ସିଙ୍ଗାର ମାଝୀ, ପୁଅ ରମେଶ ମାଝୀ ଓ କରଣ ମାଝୀ, ଝିଅ ଝରଣା ମାଝୀ ଶୋଇଥିଲେ। ହାତୀଙ୍କ ଗର୍ଜନ ଶୁଣି ସେମାନେ ଆତଙ୍କିତ ହୋଇ ପଡ଼ିଥିଲେ। ହାତୀମାନେ ପ୍ରଥମେ ରବିଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲେ। ସେହି ସ୍ଥାନରେ ୫୦ ପ୍ୟାକେଟ ଧାନ ଥିଲା। କିନ୍ତୁ ଦାଣ୍ଡପଟ କଦଳୀ ଗଛକୁ ଭାଙ୍ଗିବା ପରେ ଧାନ ଖଳାକୁ ଯାଇ ପ୍ୟାକେଟ୍‌ରେ ଥିବା ଧାନ ଓ ମାଣ୍ଡିଆକୁ ଖାଇ ନଷ୍ଟ କରିଥିଲେ।

publive-image

ଏ ସମ୍ପର୍କରେ ମଙ୍ଗଳବାର ରବି ଓ ତାର ବଡ଼ ଭାଇ ପାତ୍ର ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିବା ପରେ ଲାଞ୍ଜିଗଡ଼ ବନପାଳ ବୃଷଭ ବେଶ୍ରା, ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭାଗରେ ଥିବା ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ଗାଁକୁ ଯାଇ ତଦନ୍ତ କରିଥିବା ଜଣାଯାଇଛି। ଏନେଇ ଲାଞ୍ଜିଗଡ଼ ବନପାଳ ଶ୍ରୀ ବେଶ୍ରାଙ୍କୁ ପଚାରିବାରୁ ଆମେ ଅପରାହ୍‌ଣରେ ଗାଁକୁ ଯାଇ ତଦନ୍ତ କରିଛୁ। ହାତୀ ଘର କାନ୍ଥ ଭାଙ୍ଗି ଧାନ ଓ ମାଣ୍ଡିଆ କ୍ଷତି କରିବା ବେଳେ ବୋର‌େୱଲ ଭାଙ୍ଗି ନଷ୍ଟ କରିଛନ୍ତି। ଆଜି ବିଦ୍ୟୁତ ବିଭାଗକୁ ସେହି ଅଞ୍ଚଳ ବିଦ୍ୟୁତ କାଟିବା ପାଇଁ କହିବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe