ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମ୍‌ଗାର୍ଡ; ଜଣଙ୍କୁ ବହିଷ୍କାର ନୋଟିସ୍‌ ପରେ ଅନ୍ୟଜଣଙ୍କ ଡ୍ୟୁଟି ବନ୍ଦ୍‌

Advertisment

ବିଭାଗୀୟ ତଦନ୍ତ ଆରମ୍ଭ

ବିଭାଗୀୟ ତଦନ୍ତ ଆରମ୍ଭ

ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମ୍‌ଗାର୍ଡ; ଜଣଙ୍କୁ ବହିଷ୍କାର ନୋଟିସ୍‌ ପରେ ଅନ୍ୟଜଣଙ୍କ ଡ୍ୟୁଟି ବନ୍ଦ୍‌

News18.com

କଟକ/ନରସିଂହପୁର: ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମଗାର୍ଡଙ୍କ ଭୂମିକା ଘଟଣା ଦିନକୁ ଦିନ ଚର୍ଚ୍ଚିତ ହେବାରେ ଲାଗିଛି। ତିନିଦିନ ତଳେ ଭିଡିଓ ଭାଇରାଲ ହୋଇଥିବା ହୋମଗାର୍ଡ ସନାତନ ରଣାଙ୍କୁ ଚାକିରିରୁ ବହିଷ୍କାର ପାଇଁ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ନୋଟିସ୍‌ ଜାରି କରିଥିଲେ। ଏବେ ପୁଣି ଉକ୍ତ ଥାନାର ଅନ୍ୟଜଣେ ହୋମଗାର୍ଡ ସୌମ୍ୟରଞ୍ଜନ ସାହୁଙ୍କୁ କାର୍ଯ୍ୟରୁ ଅନ୍ତର ଦିଆଯାଇଛି। ଅର୍ଥାତ୍‌ ତାଙ୍କୁ କୌଣସି ଡ୍ୟୁଟି ଦିଆଯାଉ ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଡକାୟତି ଲିଙ୍କ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ନେଇ ପୁଲିସ ପକ୍ଷରୁ ଖୋଳତାଡ ଆରମ୍ଭ କରାଯାଇଥିବା ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଲୁଟେରା ଆତଙ୍କ ଘଟଣାର କିଙ୍ଗପିନ୍‌ କୁହାଯାଉଥିବା ବିଗିନି ଓରଫ ବିଘ୍ନେଶ୍ବର ନାୟକ ଓ ଗିରଫ ବାବୁର ଭିଣୋଇକୁ ପୁଲିସ ଗିରଫ କରିପାରିନି। ଏମାନଙ୍କୁ ଧରିଲେ ଏହି ଗ୍ୟାଙ୍ଗର ବଡ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ନରସିଂହପୁର ଅଞ୍ଚଳରେ ଗତ କିଛିମାସ ହେଲା ପୁଲିସର ନିଦ ହଜାଇ ଦେଇଥିଲା ଏହି ଲୁଟେରା ଗ୍ୟାଙ୍ଗ। ଗ୍ୟାଙ୍ଗର ଜଣେ ସଦସ୍ୟ ବାବୁ ଢେଙ୍କାନାଳରୁ ଗିରଫ ହେବା ପରେ ଜେରାରୁ ସାମ୍ନାକୁ ଆସିଥିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ। ଲୁଟେରାଙ୍କ ପଛରେ ହୋମଗାର୍ଡ ରହିଥିବା, ଏପରିକି ଲୁଟ ପାଇଁ ସେମାନଙ୍କଠାରୁ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଥିଲା। ଏହି ଭିଡିଓ ଭାଇରାଲ ଘଟଣା ଜଣାପଡ଼ିବା ପରେ ଉକ୍ତ ହୋମଗାର୍ଡଙ୍କୁ ୨୮ ତାରିଖଠାରୁ କାର୍ଯ୍ୟରୁ ଅନ୍ତର କରାଯାଇଛି ଓ ତାଙ୍କୁ ଆଉ ଡ୍ୟୁଟି ଦିଆଯାଉନି। କଟକ ଗ୍ରାମାଞ୍ଚଳ ଏସ୍‌ପି ତାଙ୍କୁ ବହିଷ୍କାର ପାଇଁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏହାର ସନ୍ତୋଷଜନକ ଉତ୍ତର ଏକମାସ ମଧ୍ୟରେ ନଦେଲେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ ବୋଲି ନରସିଂହପୁର ଥାନା ଅଧିକାରୀ ବିମଳ ବାରିକ ସୂଚନା ଦେଇଛନ୍ତି। ସେହିପରି ଏବେ ସୌମ୍ୟରଞ୍ଜନ ସାହୁଙ୍କୁ କାର୍ଯ୍ୟରୁ ଅନ୍ତର ଦିଆଯିବା ପରେ ଏହି ଘଟଣା ପଛରେ ଖାକିର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ପୁଲିସ ଠିକ୍‌ ଢଙ୍ଗରେ ତଦନ୍ତ କଲେ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe