ଆହାର କେନ୍ଦ୍ରରେ ମଧ୍ୟାହ୍ଣ ଭୋଜନ ଖାଇଲେ ଗୃହ ସଚିବ ସଂଜୀବ ଚୋପ୍ରା

Advertisment
ଆହାର କେନ୍ଦ୍ରରେ ମଧ୍ୟାହ୍ଣ ଭୋଜନ ଖାଇଲେ ଗୃହ ସଚିବ ସଂଜୀବ ଚୋପ୍ରା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଆଇଏଏସ ଅଫିସର ତଥା ଗୃହ ସଚିବ ସଂଜୀବ ଚୋପ୍ରା ଆଜି ଅପରାହ୍‌ଣରେ ଘୁ.ଉଦୟଗିରି ଆହାର କେନ୍ଦ୍ରରେ ପହଁଚି କାଉଣ୍ଟରରୁ ୫ଟଙ୍କିଆ ଟିକେଟ କାଟି ଥାଳି ଧରି ଭାତ ଡାଲମା ଖାଇଥିଲେ। ସାଙ୍ଗରେ କନ୍ଧମାଳ ଜିଲ୍ଲାପାଳ ଡି ବୃନ୍ଦା, ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆହାର କେନ୍ଦ୍ରରେ ଉଭୟ ଗୃହ ସଚିବ ଏବଂ ଜିଲ୍ଲାପାଳ ଦୁହେଁ ଖାଦ୍ୟ ପୋଛିକି ଖାଇଥିଲେ। ସେମାନେ କିଛି ବି ନଷ୍ଟ କରି ନ ଥିଲେ। ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ ଆଜି ଆହାର କେନ୍ଦ୍ରରେ ଖାଦ୍ୟ ଖାଇଥିବା ଦେଖିବାକୁ ମିଳିଥିଲା।

publive-image

ଆହାର କେନ୍ଦ୍ରରେ ଖାଇବା ପରେ ଗୃହ ସଚିବ ସନ୍ତୋଷ ବ୍ୟକ୍ତ କରିବା ସହ ଆହାର କେନ୍ଦ୍ର ଖାଦ୍ୟ ପ୍ରସ୍ତୁତ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଡାକି କେଉଁଠି ରୋଷେଇ ହେଉଛି, କିଭଳି ରୋଷେଇ କରୁଛନ୍ତି, କେତେ ଖର୍ଚ୍ଚ ହେଉଛି, କେତେ ଲାଭ କରୁଛନ୍ତି ଭଳି ବହୁ ପ୍ରଶ୍ନ ପଚାରିବା ସହ ଫୁଲବାଣୀରେ ରୋଷେଇ କରି ଏତେ ଦୂର ଆଣିଲା ବେଳେ ଖାଦ୍ୟ ଖରାପ ହେଉନିକି ବୋଲି ପ୍ରଶ୍ନ ପଚାରିଥିଲେ। ଆହାର କେନ୍ଦ୍ରର ପାରିପାର୍ଶ୍ଵିକ ସ୍ଥିତି ଏବଂ ଖାଦ୍ୟକୁ ନେଇ ଗୃହ ସଚିବ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।

publive-image

ସେହିପରି ଘୁ.ଉଦୟଗିରି ସହରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବା, ଆହାର କେନ୍ଦ୍ରରେ ଦୈନିକ ୩୦୦ ଲୋକଙ୍କ ନିମନ୍ତେ ଖାଦ୍ୟ ଦିଆ ଯାଉଥିବା ବେଳେ ବହୁ ଗରିବ ଲୋକ ଆହାର ଯୋଜନା ଖାଦ୍ୟରୁ ବଂଚିତ ହେଉଥିବା, ଦୈନିକ ୩୦୦ରୁ ବୃଦ୍ଧି କରି ୫୦୦ଜଣଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହୋଇଥିଲା। ସହରରେ ଦୀର୍ଘ ବର୍ଷ ହେଲା ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଖୋଲାଯାଇଛି ହେଲେ ଏହା କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଦାବି ହୋଇଥିଲା। ଏସବୁ ସମସ୍ୟା ଉପରେ ଗୃହ ସଚିବ ନିଜ ମତ ରଖି କହିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନେବି ଏବଂ ଯଥା ସମ୍ଭବ ଏଦିଗରେ କାମ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe