କେନ୍ଦୁଝର: ତୁରୁମୁଙ୍ଗା ଥାନା ଗ୍ରାମରକ୍ଷୀଙ୍କୁ ହତ୍ୟା ସନ୍ଦେହ

Advertisment
କେନ୍ଦୁଝର: ତୁରୁମୁଙ୍ଗା ଥାନା ଗ୍ରାମରକ୍ଷୀଙ୍କୁ ହତ୍ୟା ସନ୍ଦେହ

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ କ୍ଷୀରୋଦ ଚନ୍ଦ୍ର ପାତ୍ର (୪୦ ବର୍ଷ)ଙ୍କ କ୍ଷତବିକ୍ଷତ ମୃତଦେହ ତେନ୍ତୁଲିଖୁଣ୍ଟି ହାଟ ପଡ଼ିଆ ନିକଟରେ ଏକ ଗଛମୂଳରୁ ଜବତ କରାଯାଇଛି। ମଦମାଫିଆଙ୍କ ବିରୋଧରେ ସେ ପୁଲିସକୁ ସୂଚନା ଦେଉଥିବାରୁ ତାଙ୍କୁ ସେହି କାରଣ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶ୍ରୀ ପାତ୍ରଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଘୋଷାରି ଘୋଷାରି ଆଣି ସେଠାରେ ଫିଙ୍ଗି ଦିଆଯାଇଥିିବା ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପଟୁଙ୍ଗା ଗ୍ରାମର କ୍ଷୀରୋଦ ଚନ୍ଦ୍ର ପାତ୍ର ତୁରୁମୁଙ୍ଗଶ ଥାନାରେ ଗଆମ ରକ୍ଷୀଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ ସକାଳ ୧୦ଟା ବେଳେ ଘରୁ ବାହାରିଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ। ରାତିରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସୁଇଚ ଅଫ୍‌ ଜଣା ପଡ଼ିିଥିଲା। ତେବେ ଆଜି ସକାଳୁ ତେନ୍ତୁଲିଖୁଣ୍ଟି ହାଟ ପଡ଼ିଆ ନିକଟରେ ଶ୍ରୀ ପାତ୍ରଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସ ଓ ଶ୍ରୀ ପାତ୍ରଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି। ଶ୍ରୀ ପାତ୍ର ଙ୍କ ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିିଛି। ଶ୍ରୀ ପାତ୍ରଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଆଣି ଏଠାରେ ଫଙ୍ଗିି ଦିଆଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe