ମହୁମାଛି ଆକ୍ରମଣରେ ୬ ଆହତ

ମହୁମାଛି ଆକ୍ରମଣରେ ୬ ଆହତ

ଦେବଗଡ଼: ତିଲେଇବଣି ବ୍ଲକ ଅନ୍ତର୍ଗତ ଫୁଲପଥରଖୋଳ ଗ୍ରାମରେ ଗୁରୁବାର ମହୁମାଛି ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହାତମାନେ ହେଲେ ସେହି ଗ୍ରାମର ଶରତ ସେଠୀ(୬୫), ଶରତଙ୍କ ବଡ଼ ବୋହୂ ଜ୍ୟୋତ୍ସ୍ନାରାଣୀ ସେଠୀ (୩୫), ସାନ ବୋହୂ ଜୟନ୍ତୀ ବେହେରା(୨୫), ନାତି ରେହାନ ସେଠୀ(୩), ଝିଅ କୁମାରୀ ସେଠୀ(୩୦) ଓ ସୂର୍ଯ୍ୟା ସେଠୀ(୩୬)।

ମିଳିଥିବା ସୂଚନା ଅନୁଯାୟୀ, ଶରତ, ଜ୍ୟୋତ୍ସ୍ନାରାଣୀ, ଜୟନ୍ତୀ, କୁମାରୀ, ସୂର୍ଯ୍ୟା ଆଜି ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲରେ ଥିବା ମହୁମାଛିମାନେ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ତେବେ ଶରତଙ୍କ ସହିତ ଜମିକୁ ଯାଇଥିବା ତାଙ୍କର ନାତି ରେହାନକୁ ମଧ୍ୟ ମହୁମାଛିମାନେ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe