୪୫୪ ଲିଟର ଦେଶୀ ମଦ ଜବତ: ୩ ଗିରଫ

Advertisment
୪୫୪ ଲିଟର ଦେଶୀ ମଦ ଜବତ: ୩ ଗିରଫ

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ବେଆଇନଭାବେ ଦେଶ ମଦ ରାନ୍ଧି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦାଣ୍ଡିଆପଲ୍ଲୀର ରାଜୁ ମିଞ୍ଜ, ଶୁଖମଣୀ ମିଞ୍ଜ ଓ ରୂପଟୋଲାର ମନୋଜ ସମାସୀ। ଅଭିଯୁକ୍ତମାନଙ୍କଠାରୁ ୪୫୪ ଲିଟର ଦଶେୀ ମଦ ଓ ୮ ହଜାର ୨୦୦ କେଜି ମହୁଲ ପୋଚ ଜବତ ହୋଇଛି। ଜବତ ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରିଦିଆଯାଇଥିଲା। ଅବକାରୀ ସୁପରିଟେଣ୍ଡେଣ୍ଟ୍‌ ଶେଖ୍‌ ଅଶ୍ରଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇସନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ମାଜିଷ୍ଟ୍ରେଟ ଅଭିଜିତ ମହନ୍ତ, ଏସ୍‌ଆଇ ମାନସ ମୁଣ୍ଡା, ଏସ୍‌ଆଇ ରମାକାନ୍ତ ଚାନ୍ଦ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe