ଅଧିକ ଲାଭ ଲୋଭରେ ଫସିଲେ

ଅଧିକ ଲାଭ ଲୋଭରେ ଫସିଲେ

Moneycontrol

ସମ୍ବଲପୁର: ବଡ଼ ବିନିଯୋଗରେ ମିଳିବ ବଡ଼ ଲାଭ। ୧୦ରୁ ୧୫ ଦିନରେ ପୈଠ କରାଯାଇଥିବା ଟଙ୍କା ଉପରେ ଆପଣଙ୍କୁ ତୁରନ୍ତ ମିଳିଯିବ ୧୦ ପ୍ରତିଶତ ଲାଭ। ଏଥିପାଇଁ ଏଗ୍ରିମେଣ୍ଟ ପେପର୍‌ ବି ଦେଇ ଦିଆଯିବ। ଏଭଳି ଅଧିକ ଟଙ୍କା କମ୍‌ ଦିନରେ ମିଳିବ ବୋଲି ଲୋଭରେ ପଡ଼ି ପାଖାପାଖି ୧୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ବରେଇପାଲିର ଚଞ୍ଚଲ ଅଗ୍ରଵାଲ୍‌ଙ୍କ ପୁଅ ଆୟୁଷ ଅଗ୍ରଵାଲ। ଗତ ଏପ୍ରିଲ୍‌ରେ ଇନଷ୍ଟାଗ୍ରାମ୍‌ ଓ ହ୍ବାଟ୍ସଆପ୍‌ ମାଧ୍ୟମରେ ଜଣେ ମହିଳା ଆକାଉଣ୍ଟ ମ୍ୟାନେଜର୍‌ ବୋଲି ପରିଚୟ ଦେଇ ଆୟୁଷଙ୍କ ସହ ଯୋଗାଯୋଗ କରିଥିଲେ।

ସ୍ବଳ୍ପ ଦିନରେ ଅଧିକ ଲାଭ ମିଳିବ, କାଗଜପତ୍ରରେ ଏଗ୍ରିମେଣ୍ଟ କରାଯିବ, ଯେତେବେଳେ ଚାହିବେ ଆପଣ ଟଙ୍କା ଉଠାଇ ପାରିବେ। ଏଭଳି କିଛି ମିଛ ପ୍ରତିଶ୍ରୁତି ଦେଇ ବିନିଯୋଗ କରିବା ପାଇଁ ମହିଳା ଜଣକ ଆୟୁଷଙ୍କୁ କହିଥିଲେ। ଏଗ୍ରିମେଣ୍ଟ ପେପର୍‌ ବି ଦେଇ ଦେଇଥିଲା। ତାଙ୍କ କଥାରେ ବିଶ୍ବାସ କରି ଆୟୁଷ ଡିଜିଟାଲ୍‌ ଏନର୍ଜି ମାଇନିଂ ଗ୍ରୁପ୍‌ ଓ ଟ୍ରେଡ୍‌ଏଫ୍‌ଏକ୍ସରେ ବିନିଯୋଗ କରିବାକୁ ରାଜି ହେଲେ। ଠକ ସେୟାର କରିଥିବା କ୍ରିପ୍ଟୋ କରେନ୍ସି ଆକାଉଣ୍ଟ ଓ ୟୁପିଆଇ ଆକାଉଣ୍ଟରେ ଯଥାକ୍ରମେ ୫ ଲକ୍ଷ ୩୬ ହଜାର ଓ ୪ ଲକ୍ଷ ୪୮ ହଜାର ଟଙ୍କା ଜମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe