ଚାଷୀଙ୍କ ଠାରୁ ୨୬ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଉଦ୍ୟାନ ବିଭାଗର ଓଭରସିଅର୍

ଚାଷୀଙ୍କ ଠାରୁ ୨୬ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଉଦ୍ୟାନ ବିଭାଗର ଓଭରସିଅର୍

ଭଞ୍ଜନଗର: ପରିବା ଚାଷୀ ମାନଙ୍କୁ ସବସିଡି ପ୍ରଦାନ କରିବା ନିମେନ୍ତ ଲାଞ୍ଚ ନେଉଥିବା ବେତଳେ ଭିଜିଲାନ୍ସ୍ ଜାଲରେ ପଡିଛନ୍ତି ବୁଗୁଡା ଉଦ୍ୟାନ ବିଭାଗର ଓଭରସିଅର୍ ଉମାଚରଣ ବେହେରା। ଭଞ୍ଜନଗର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନରେ ଥିବା ବୁଗୁଡ଼ା ବ୍ଳକ୍ ଉଦ୍ୟାନ ବିଭାଗ ଓଭରସିଅର୍ ଶ୍ରୀ ବେହେରା ପରିବା ଚାଷୀ ମାନଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି।

ସରକାରୀ ଯୋଜନା ଅନୁଯାୟୀ ବୁଗୁଡ଼ା ବ୍ଳକର କରୁଚୁଲି ପଞ୍ଚାୟତ ଏବଂ ତାକରଡା ପଞ୍ଚାୟତର ୧୩ ଜଣ ଚାଷୀଙ୍କ ନାମରେ ‘ସିଙ୍ଗିଲ୍ ଲାଇନ୍ ଟ୍ରଲି ସିଷ୍ଟମ୍’ ପ୍ରକଳ୍ପରେ ପ୍ରତ୍ୟେକ ଚାଷୀ ପରିବା ଚାଷ କରିଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୧୨ ହଜାର ୫୦୦ ଟଙ୍କା ସବ୍ସିଡ଼ି ମିଳିବାର ବ୍ୟବସ୍ଥା ରହିଥିଲା। ଉମାଚରଣ ହିତାଧିକାରୀ ଚାଷୀ ମାନେ କରିଥିବା ପରିବା ଚାଷର କ୍ଷେତ୍ର ଯାଞ୍ଚ ରିପୋର୍ଟ ଦାଖଲ କରିବା ପରେ ସଂପୃକ୍ତ ହିତାଧିକାରୀ ଚାଷୀ ମାନେ ସେମାନଙ୍କ ସବ୍ସିଡି ଟଙ୍କା ପାଉଥିଲେ। ଏହି କ୍ଷେତ୍ର ଯାଞ୍ଚ ରିପୋର୍ଟ ସେ ଦେବା ପାଇଁ ପ୍ରତ୍ୟେକ ଚାଷୀ ମାନଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଦାବି କରିଥିଲେ। କିନ୍ତୁ ପୂର୍ବରୁ ସେ ୧୦ ଜଣଙ୍କ ଯାଞ୍ଚ ରିପୋର୍ଟ ଦାଖଲ କରି ସାରିଥିବା ବେଳେ ଆଉ ବଳକା ୩ ଜଣଙ୍କ ଯାଞ୍ଚ ରିପୋର୍ଟ ଦାଖଲ କରିନଥିଲେ।

publive-image

ସବସିଡି ଟଙ୍କା ପାଇ ନଥିବା ଚାଷୀ ମାନେ ସେମାନଙ୍କ ଟଙ୍କା ପାଇବା ନିମନ୍ତେ ଉମାଚରଣଙ୍କୁ ଭେଟିବା ପରେ ସେ ସବୁ ଚାଷୀଙ୍କ ଠାରୁ ୨୦୦୦ ଟଙ୍କା ଲେଖାଏଁ ସଂଗ୍ରହ କରି ଦେବା ପାଇଁ କହିଥିଲେ। ଏହି ଟଙ୍କା ପାଇବା ପରେ ହିଁ ସେ ଅନ୍ୟ ଚାଷୀମାନଙ୍କ କ୍ଷେତ୍ର ରିପୋର୍ଟ ଦାଖଲ କରିବେୁ ବୋଲି କହିଥିଲେ। ଏହାପରେ ସବସିଡି ଟଙ୍କା ପାଇନଥିବା କରୁଚୁଲି ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଟଙ୍କାେ ଦେବା ପାଇଁ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ୍ ଆଜି ଉମାଚରଣ ଚାଷୀଙ୍କ ଠାରୁ ଲାଞ୍ଚ ନେଇଥିବା ବେଳେ ଧରିଛି। ସେ ଅଭିଯୋଗକାରୀ ଚାଷୀ ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ୨୬ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଟଙ୍କା ଜବତ କରିଥିଲା। ଏଥିସହ ତାଙ୍କ ଲଣ୍ଡେଇ ସାହିସ୍ଥିତ ବାସଭବନ ସମେତ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟରେ ଚଢଉ କରି ଏହି ମାମଲା ସହିତ ଜଡିତ ଥିବା ଆବଶ୍ୟକ କାଗଜ ପତ୍ର ଜବତ କରିଛନ୍ତି। ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କର କାଗଜ ପତ୍ରର ଯାଞ୍ଚ ଜାରି ରହିଥିବା ଭିଜିଲାନ୍ସ୍ ଡିଏସ୍ପି ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe