ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଲାଇବ୍ରେରୀ ଲୋକାର୍ପିତ

Advertisment
ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଲାଇବ୍ରେରୀ ଲୋକାର୍ପିତ

ଜୟପୁର: ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ୨୦୦ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ୬୬ଲକ୍ଷ ରୁସା ଅନୁଦାନରେ ନିର୍ମାଣ କରାଯାଇଥିବା ଲାଇବ୍ରେରୀକୁ ଲୋକାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ।

ଅଧ୍ୟକ୍ଷ ଗୋପାଳ ହାଲଦାର, ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ଇଂ. ବିଜୟ ବେହେରା ପ୍ରମୁଖ ଭାଗ ନେଇଥିଲେ। ଲୋକାର୍ପଣ ପରେ ବିଧାୟକ ଲାଇବ୍ରେରୀ କଂପ୍ଲେକ୍ସ ବୁଲି ଦେଖିବା ସହ କଲେଜରେ ଶ୍ରେଣୀଗୃହ, ଛାତ୍ରବାସ, ଛାତ୍ରୀନିବାସ ଆଦି ବୁଲି ଦେଖିଥିଲେ। ଏଥିରେ କଲେଜର ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe