କାଳବୈଶାଖୀରେ ଛପର ଉଡିଲା: ଘର ଉପରେ ଗଛ ପଡି ଘର ଭାଙ୍ଗିଲା

କାଳବୈଶାଖୀରେ ଛପର ଉଡିଲା: ଘର ଉପରେ ଗଛ ପଡି ଘର ଭାଙ୍ଗିଲା

ରାଇରଙ୍ଗପୁର/ବାଦାମପାହାଡ: ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ୍ ଝିପାବନ୍ଧର ତିରିଲଡିହି ଅଂଚଳରେ ଆଜି ହଠାତ୍ କାଳବୈଶାଖୀର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ତିରିଲଡିହି ଗ୍ରାମର ବୋସେନେ୍ ମାରାଣ୍ଡିଙ୍କ ପୁଅ ବିଶ୍ୱନାଥ ମାରାଣ୍ଡିଙ୍କ ତିନି ବଖରା, ସରୋ ମାରାଣ୍ଡିଙ୍କ ଦୁଇ ବଖରା ଘରର ଛାତ ଉଡିଯାଇଥିବା ବେଳେ କିଛି ଲୋକଙ୍କ ଘର ଉପରେ ବଡ ବଡ ଗଛ ପଡିଯାଇ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ ଗରିବ ହିତାଧିକାରୀମାନେ କଠିନ ପରିଶ୍ରମ କରି ବହୁ ଦିନରୁ ସଂଚୟ କରିଥିବା ଟଙ୍କାରେ ଘର ନିର୍ମାଣ କରିଥିଲେ । ତେବେ ଅଳ୍ପ କିଛି ଦିନ ତଳେ ନିର୍ମାଣ କରିଥିବା ଘର ଆଖି ସାମ୍ନାରେ ଚୁରମାର ହୋଇଯିବାରୁ ସେ ଆଉ ତାଙ୍କ ପରିବାର ବହୁତ ଦୁଃଖିତ ଅଛନ୍ତି । ଏଣୁ ଯଥାଶୀଘ୍ର ଅସହାୟଙ୍କ ପରିବାରକୁ ପକ୍କା ଘର ଯୋଜନାରେ ଗୃହ ଯୋଗାଇ ଦିଆଯାଉ ବୋଲି ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe