ସାମାନ୍ୟ ବର୍ଷାରେ ଘର ଭୁଷୁଡିଲା, ସହାୟତା ପାଇଁ ନିବେଦନ କଲେ ନବୀନ ଓ ତୁଳସୀ

Advertisment
ସାମାନ୍ୟ ବର୍ଷାରେ ଘର ଭୁଷୁଡିଲା, ସହାୟତା ପାଇଁ ନିବେଦନ କଲେ ନବୀନ ଓ ତୁଳସୀ

Sambad

ଜୟପୁର: ଗତକାଲି ସକାଳୁ ହୋଇଥିବା ୨ଘଣ୍ଟା ବର୍ଷାରେ ସହରର ଖ୍ରୀଷ୍ଠିୟାନପେଟ୍ଟାର ବିଜୁ ରାଜନଗର, ଡିଆଇସି କାର୍ୟ୍ୟାଳୟ ସମ୍ମୁଖ, ଅଡିଟ୍ କଲୋନୀ, ଶ୍ରୀରାମନଗର, ପାରାବେଢ଼ା, ସନ୍ତୋଷୀ ମା’ ମନ୍ଦିର ଲାଇନ, ଝାଙ୍କର ଦେଇ ମନ୍ଦିର ୨ୟ ଲାଇନ ଆଦି ଅଞ୍ଚଳରେ ପାଣି ଉବୁଟୁବୁ ହେବା ସହ ଘର ମଧ୍ୟକୁ ପାଣି ପଶି ଯାଇଥିଲା। ଏପରିକି ବହୁ ଘରର କାନ୍ତ ଭାଙ୍ଗି ଯିବା ସହ ଘରର ସାମଗ୍ରୀ ଗୁଡିକ ବି ନଷ୍ଟ ହୋଇଛି। ଏହି ବର୍ଷାରେ ଗତ କାଲି ବିଜୁ ରାଜନଗରରେ ରହୁଥିବା ନବୀନ ଭଇଁସା ଓ ତୁଳନୀ କନ୍ଧପାନଙ୍କ ଘର ମଧ୍ୟକୁ ପାଣି ପଶି ଯାଇଥିଲା। ଯଦିଓ ଘରର ଉପରେ ଟିଣ ଚାଦର ପକାଇଥିଲେ ହେଁ ତଳେ ମାଟିର କାନ୍ତ ହୋଇଥିବାରୁ କାନ୍ତ ଗୁଡିକ ଭୁଷୁଡି ପଡ଼ିଥିଲା। ଘର ମଧ୍ୟରେ ଥିବା ଲୁଗା, ଚାଉଳ , ବୈଦ୍ୟୁତିକ ସାମଗ୍ରୀ ଆଦି ନଷ୍ଟ ହୋଇଯାଇଥି‌ଲା। କିଛି ବାହାର କରିବାକୁ ଚିନ୍ତା କରିବା ପୂର୍ବରୁ ହିଁ ପାଣି ଘର ମଧ୍ୟକୁ ଅଚାନକ ଭାବେ ପଶି ଯାଇଥିବା କହିଛନ୍ତି ନବୀନ ଓ ତୁଳସୀ।

ଉଭୟଙ୍କ ଘରର କାନ୍ତ ଗୁଡିକ ଭାଙ୍ଗି ଯିବା ଫଳରେ ପଡୋଶୀଙ୍କ ଘରେ ପିଲା ଛୁଆଙ୍କୁ ନେଇ ଆଶ୍ରୟ ନେଇଥିବା କହିଛନ୍ତି। ପଡୋଶୀ ଘରର ଲୋକେ ଖାଦ୍ୟ ଆଦି ଦେବା ପରେ ତାହା ଖାଇ ଦିନ କାଟିଛନ୍ତି। ଉଭୟ ପରିବାର ଦିନ ମଜୁରିଆ ଭାବେ କାମ କରି ପରିବାରର ପ୍ରତିପୋଷଣ କରି ଆସୁଛନ୍ତି। ପ୍ରଶାସନ ପକ୍ଷରୁ ଏହି ଦୁଇ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଏମାନେ ନିବେଦନ କରିଛନ୍ତି। ଆଜି ପୌରପାଳିକା ପକ୍ଷରୁ ବିଜୁ ରାଜନଗର ଅଞ୍ଚଳରେ ଯାଇଥିବା ନାଳରେ ଭର୍ତ୍ତି ହୋଇଥିବା ମଇଳା, ପଲିଥିନ ଆଦି ଜେସିବି ଲଗାଇ ବାହାର କରାଯାଇଥିଲା। ତେବେ ତାହା ଜମା କରି ରଖିବା ବଦଳରେ ସେଠାରୁ ତୁରନ୍ତ ସ୍ଥାନାନ୍ତର କରିବାକୁ ସାହିବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe