ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବି

Advertisment
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବି

Sambad

ବୈପାରିଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ସଦରମହକୁମାରେ ବାସ କରୁଥିବା ଚଞ୍ଚଳା ମାଝୀଙ୍କର ଘର ଭୁଷୁଡି ପଡ଼ିଥିବା ବେଳେ ଏହି ପଞ୍ଚାୟତର ବେନ୍ଦ୍ରାଗୁଡା ଗ୍ରାମର ଧନୁର୍ଜୟ କେନ୍ଦୁଙ୍କର ଘର ମଧ୍ୟ ଭାଙ୍ଗି ଯାଇଛି। ଗତକାଲି ଅପରାହ୍ନ ଚାରିଟା ସମୟରେ ଚଞ୍ଚଳାଙ୍କ ଭୁଷୁଡି ପଡ଼ିଥିବା ବେଳେ ଅପରାହ୍ନ ସାଢ଼େ ଚାରିଟା ସମୟରେ ଧନୁର୍ଜୟଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସେହିପରି ଗତକାଲି ରାତିରେ ବୈପାରିଗୁଡା ପଞ୍ଚାୟତର ହଳଦୀ ମାଝୀଗୁଡା ଗ୍ରାମର କୈଳାସ କମାରଙ୍କର ଘର ମଧ୍ୟ ଭାଙ୍ଗି ଯାଇଛି।

ଲଗାତାର ବର୍ଷା ଯୋଗୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବାସହ ଜମି ବାଡ଼ିରେ ପାଣି ପଶି ଯାଇଥିବାରୁ ଚାଷ କାମରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବାସଗୃହ ହରାଇଥିବା ଗରିବ ପରିବାରର ଲୋକେ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଇ ଥିବାରୁ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe