ବ୍ରାହ୍ମଣୀଗ୍ରାମରେ ନିଆଁ ଲାଗି ପୋଡ଼ିଗଲା ଘର 

Advertisment
ବ୍ରାହ୍ମଣୀଗ୍ରାମରେ ନିଆଁ ଲାଗି ପୋଡ଼ିଗଲା ଘର 

କଣ୍ଟାମାଳ : କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଲାଲ ବଗର୍ତ୍ତିଙ୍କ ଘରେ ନିଆଁଲାଗି ଯିବାରୁ ୨ବଖରା ଘର ପୋଡ଼ିଯାଇଛି। ସ୍ଥାନୀୟ କ୍ଷେତରୁ ନିଆଁ ଲାଗି ତାଙ୍କର ଚାଳ ଛପର ଘରେ ଥିବା ମୋଟର ସାଇକଲ୍‌, ସାଇକଲ୍‌, ଧାନ, ଚାଉଳ ଓ ଲୁଗାପଟା ସହିତ କୃଷି ସରଞ୍ଜାମ ପୋଡ଼ି ଯାଇଛି । ତାଙ୍କ ଘରେ ଥିବା ଛେଳିଟି ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛି । ସେ ଜଣେ ଶ୍ରମଜୀବୀ ହୋଇଥିବାରୁ ୫ପ୍ରାଣୀଙ୍କୁ କିପରି ଚଳାଇବେ ଚିନ୍ତାରେ ପଡ଼ିଯାଇଛନ୍ତି। ସୂଚନା ପାଇବା କଣ୍ଟାମାଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗରିବ ପରିବାରକୁ ପ୍ରଶାସନ ସହାୟତା ଯୋଗଇଦେବା ସହ ଏକ ଆବାସ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe