ନିଆଁରେ ପୋଡିଗଲା ଘର, ଗରିବ ଦମ୍ପତି ବାସହୀନ, ସହାୟତାର ହାତ ବଢାଇଲେ ସମାଜସେବୀ 

Advertisment
ନିଆଁରେ  ପୋଡିଗଲା ଘର, ଗରିବ ଦମ୍ପତି ବାସହୀନ, ସହାୟତାର ହାତ ବଢାଇଲେ ସମାଜସେବୀ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ପଞ୍ଚାୟତର ଚିତୁଗୁଡା ଗ୍ରାମରେ ସୋମବାର ଅପରହ୍ନରେ ଅଚାନକ ଘରେ କେହି ନଥିବା ବେଳେ ନିଆଁ ଲାଗି ଘର ସଂପୂର୍ଣ୍ଣ ରୂପେ ପୋଡିଯାଇଛି ।  ଚିତୁଗୁଡା ଗ୍ରାମର ମଦନ ଗତପାଲି ଏବଂ ତାଂକ ସ୍ତ୍ରୀ ସୂର୍ଯ୍ୟ ଗତପାଲି ରୁହନ୍ତି। ଆଜି ମଦନ କାମ କରିବାକୁ ବାହାରକୁ ଯାଇଥିବା ବେଳେ ପତ୍ନୀ ସୂର୍ଯ୍ୟ ମଧ୍ୟ କୌଣସି କାମରେ ଘରୁ ବାହାରକୁ ଯାଇଥିଲା।ତେବେ ଅଚାନକ ଘରେ ଧୂଆଁ ବାହାରୁଥିବା ଦେଖି ଦୌଡି ଆସି ଦେଖିଲା ବେଳକୁଘରେ ନିଆଁ ଲାଗିଯାଉଛି।ସେ କଣ କରିବ ଭାବେ ସମସ୍ତଙ୍କୁ ଡାକ ଛାଡିଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।ନିଆଁ ଜୋର ଲାଗିବାରୁ ଘରର ସମସ୍ତ ଆସବାବପତ୍ର, ଧାନ,ଚାଉଳ, ଟଂକା ସମସ୍ତ ଜିନିଷ ନିଆଁରେ ପୋଡି ସଂପୂର୍ଣ୍ଣ ରୂପେ ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡେରି ହୋଇଯାଇଥିଲା। ନିଆଁରେ ଘରର କୌଣସି ଜିନିଷ ବଳକା ରହିନାହିଁ। ସମସ୍ତ ଜିନିଷ ନିଆଁରେ ପଡି ଯାଇଥିବାରୁ ଏହି ଦମ୍ପତ୍ତି ଏବେ ବାସହୀନ ହୋଇଯାଇଛନ୍ତି । ପ୍ରଶାସନ ତରଫରୁ ତୁରନ୍ତ ଏହି ଗରିବ ଦମ୍ପତ୍ତିଙ୍କୁ ସହଯୋଗ କରିବାକୁ ଦାବି ହୋଇଛି।

ସହାୟତାର ହାତ ବଢାଇଲେ ସମାଜସେବୀ 

ସର୍ବସ୍ବାନ୍ତ ହୋଇଯାଇଥିବା ଏହି ପରିବାର ନିକଟରେ ପ୍ରଶାସନ  ପହଞ୍ଚିନଥିବାବେଳେ ସମାଜସେବୀ ବିନୋଦ ଟାଵରି ପହଞ୍ଚି ସହାୟତାର ହାତ ବଢାଇଛନ୍ତି । ନିଆଁରେ ଘର ପଡି ମଦନ ଗତପାଲିଙ୍କ ସର୍ବସ୍ବାନ୍ତ ହୋଇଯାଇଥିବା ବିନୋଦ ଖବର ପାଇବା ପରେ ତୁରନ୍ତ ମାଲକାନଗିରିରୁ କୋରକୋଣ୍ଡା ଅଭିମୁଖେ ଯାତ୍ରା କରିଥିଲେ । ଚିତୁଗୁଡା ଗ୍ରାମକୁ ଯାଇ ସର୍ବସ୍ବ ହରାଇଥିବା ଦମ୍ପତିଙ୍କ ସହ ସାକ୍ଷାତ କରି ଆଶ୍ବାସନା ଦେଇଥିଲେ । ଏଥିସହ ୧୦ ହଜାର ଟଂକା ଏବଂ ୨ ମାସର ରାସନ ପ୍ରଦାନ କରିଥିଲେ । ତାଂକ ସହ ସେହି  ଅଂଚଳର ସମାଜସେବୀ ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe