ଘାଟ ବନ୍ଦ ସତ୍ତ୍ବେ କେମିତି ଚାଲୁଥିଲା ଡଙ୍ଗା?

Advertisment

ମହାନଦୀରେ ଭାସିଯାଇଥିବା ଡଙ୍ଗାରୁ ସମସ୍ତ ଯାତ୍ରୀ ଉଦ୍ଧାର

ମହାନଦୀରେ ଭାସିଯାଇଥିବା ଡଙ୍ଗାରୁ ସମସ୍ତ ଯାତ୍ରୀ ଉଦ୍ଧାର

ଘାଟ ବନ୍ଦ ସତ୍ତ୍ବେ କେମିତି ଚାଲୁଥିଲା ଡଙ୍ଗା?

ମହାକାଳପଡ଼ା: ପାରାଦୀପ ଶିଳ୍ପାଞ୍ଚଳରୁ ମହାକାଳପଡ଼ା ବ୍ଲକ୍‌ ରାମନଗର ବାହାକୁଦ ଫେରିଘାଟକୁ ଆସୁଥିବା ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଯାଉ ଉଦ୍ଧାର ହୋଇଛି। ଏଥି‌ରେ ଥିବା ୮୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୀର୍ଘ ୪ ଘଣ୍ଟାର କସରତ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ୍‌ ରାମନଗର, ଖରିନାସୀ, ବାରଡାଙ୍ଗ, ବଉଳକଣି ଆଦି ବିଭିନ୍ନ ପ˚ଚାୟତରୁ ପ୍ରତିଦିନ ଶତାଧିକ ଲୋକ ପାରାଦୀପ ଶିଳ୍ପାଞ୍ଚଳକୁ କାମ କରିବାକୁ ଯାଇଥା’ନ୍ତି। ରାମନଗରର ବାହାକୁଦ ଫେରୀଘାଟରୁ ସକାଳେ ଡଙ୍ଗାରେ ବସି ଶିଳ୍ପାଞ୍ଚଳ ଯା’ନ୍ତି ଏବ˚ ସଂଧ୍ୟାରେ ଘରକୁ ଫେରନ୍ତି। ବାଇକ୍‌, ସାଇକଲ୍‌ ବି ଡଙ୍ଗାରେ ଲଦି ଏହି ଶ୍ରମିକମାନେ ନେଇଥା’ନ୍ତି। ଆଜି ସ˚ଧ୍ୟାରେ ଶ୍ରମିକମାନେ ପାରାଦୀପ ଶିଳ୍ପାଞ୍ଚଳରୁ କାମ ସାରି ଡଙ୍ଗାରେ ଘରକୁ ଫେରୁଥିଲେ। ପ୍ରାୟ ୨୦ଟି ବାଇକ୍‌, ୧୦ ସାଇକଲ୍‌ ସହ ୮୦ରୁ ଅଧିକ ଯାତ୍ରୀ ଡଙ୍ଗାରେ ଥିବା ସୂଚନା ମିଳିଛି। ଡଙ୍ଗା ମଝି ନଈରେ ଥିବା ବେଳେ ହଠାତ୍‌ ବେଲ୍‌ଟ ଛିଣ୍ଡି ଯାଇଥିଲା। ଫଳରେ ଫ୍ୟାନ୍‌ କାମ ନ କରିବାରୁ ଡଙ୍ଗା ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ଡଙ୍ଗା ବତୀଘର ପ˚ଚାୟତ ବଡ଼ଟୁବି କୂଳରେ ଲାଗିବାକୁ ଯାଉଥିବା ବେଳେ କିଛି ଯାତ୍ରୀ ହଡ଼ବଡେ଼ଇ ଯାଇ ଡେଇଁ ପଡ଼ି କୂଳକୁ ଚାଲି ଆସିଥିଲେ।

publive-image

ଯାତ୍ରୀମାନେ ଡେଇଁବାରୁ ଡ଼ଙ୍ଗା ଆଉ କୂଳରେ ନ ଲାଗି ପୁଣି ଚାରି କିଲୋମିଟର ଦୂରକୁ ଭାସିଯାଇ ନିପାଣିଆରେ ଅଟକି ଥିଲା। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଆଉ ଏକ ଡଙ୍ଗା ବି ପ୍ରଖର ସ୍ରୋତରେ ଭାସି ଯାଇଥିଲା। ଖବରପାଇ ବିଡିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟ ର˚ଜନ ପଣ୍ତା ଏବ˚ ମେରାଇନ୍‌ ଥାନା ଅଧିକାରୀ ପରେଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମେରାଇନ୍‌ ଥାନା, ଅଗ୍ନିଶମ ବାହିନୀର ସ୍ପିଡ୍‌ ବୋଟ୍‌ ସମେତ ଚାରିଟି ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ବିଡିଓ ଶ୍ରୀ ରାଉତ କହିଛନ୍ତି ଯେ ମହାନଦୀରେ ବନ୍ୟା ଯୋଗୁଁ ବାହାକୁଦ ଘାଟକୁ ବନ୍ଦ କରାଯାଇଥିଲା। ଯେଉଁ ଡଙ୍ଗା ଯାତ୍ରୀଙ୍କୁ ନେବାଆଣିବା କରିଛି, ତାହା ବେଆଇନ। କିନ୍ତୁ ଘାଟ ଯଦି ବନ୍ଦ ଥିଲା, ତା’ହେଲେ ଡଙ୍ଗା ଚାଳକ ଯାତ୍ରୀଙ୍କୁ ଏଭଳି ପ୍ରତିଦିନ ନେବା ଆଣିବା ଖବର କିଭଳି ପ୍ରଶାସନ ପାଖରେ ନ ଥିଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe