କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ; ଘଟଣାସ୍ଥଳରେ ପହଞ୍ଚିଲା ୧୦ଟି ଅଗ୍ନିଶମ ବାହିନୀ

Advertisment
କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ; ଘଟଣାସ୍ଥଳରେ ପହଞ୍ଚିଲା ୧୦ଟି ଅଗ୍ନିଶମ ବାହିନୀ

କୋଲକାତା: ଶୁକ୍ରବାର ଦିନ କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକ ଲୋକ ସେଠାରେ ଫଶିକି ରହିଥିବା ସନ୍ଦେହ କରାଯାଉଛି।

କୋଲକାତାର ଆକ୍ରୋପଲିସ୍ ମଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଅତି କମରେ ଦଶଟି ଅଗ୍ନିଶମ ବାହାନୀକୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସେଠାକୁ ପଠାଯାଇଛି।

ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ମଲ ଭିତରେ କାର୍ଯ୍ୟ ଲୋକଙ୍କୁ ଖାଲି କରିଛନ୍ତି। ସେମାନେ ସମସ୍ତଙ୍କୁ ବାହାରକୁ ପଠାଇ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।
ଅଗ୍ନିକାଣ୍ଡର ପ୍ରକୃତ ଉତ୍ସ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି। ନିଆଁ ଲାଗିବା ପରେ ଲୋକମାନେ ମଲରୁ ଦ ଦୌଡ଼ି ପଳାଇ ଆସୁଥିବାର ଅନେକ ଦୃଶ୍ୟ ଭିଡିଓରେ ଦର୍ଶାଯାଇଛି। ମଙ୍ଗଳବାର ଠାରୁ ଆଜି ସୁଦ୍ଧା ସହରରେ ଏହା  ହେଉଛି ଦ୍ୱିତୀୟ ଘଟଣା।

ଏହାପୂର୍ବରୁ ମଙ୍ଗଳବାର ଦିନ କୋଲକାତାର ପାର୍କ ଷ୍ଟ୍ରିଟ୍ ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ଅନେକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe