ଭତ୍ତା ଓ କାଳିଆ ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ୍; ଜୋତା ରଖି ସ୍ଥାନ ସଂରକ୍ଷଣ

Advertisment
ଭତ୍ତା ଓ କାଳିଆ ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ୍; ଜୋତା ରଖି ସ୍ଥାନ ସଂରକ୍ଷଣ

Sambad

ଜୟପୁର: କରୋନା ଭୂତାଣରୁ ସଂକ୍ରମଣକୁ ରୋକିବା ପାଇଁ ଚାଳିଛି ଲକଡାଉନ୍। ସଂପ୍ରତି ଚାଷୀଙ୍କ କାଳିଆ ଯୋଜନା ଟଙ୍କା ସହ ମମତାଯୋଜନା ଏବଂ ଅନ୍ୟ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ଗାଁ ଗହଳିର ଲୋକଙ୍କ ଭୀଡ଼ ଜମୁଥିବା ଦେଖିବାକୁ ମିଳିଛି। ଭୋରରୁ ବିଭିନ୍ନ ଗାଁର ଲୋକେ ତଥା ବିଭିନ୍ନ ବୟସ ବର୍ଗର ଲୋକେ ଚାଳି ଚାଳି, ସାଇକେଲ, ଅଟୋ ଆଦିରେ ସହରରେ ଥିବା ବିଭିନ୍ନ ବିଭିନ୍ନ ବ୍ୟାଙ୍କ ନିକଟରେ ଜମା ହୋଇ ରହୁଥିବା ଦେଖିବାକୁ ମିଳିଥିଲା।

publive-image Sambad

ଏମାନେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟାଙ୍କ ଗୁଡିକ ପକ୍ଷରୁ କରାଯାଇଥିବା ଗୋଲେଇରେ ନିଜ ଚପଲ, ବ୍ୟାଗ କିମ୍ବା ଇଟା ଆଦି ରଖୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ବ୍ୟାଙ୍କ କର୍ମଚାରୀ ଏହି ମହାମାରୀ ସଂକ୍ରମଣରେ ସଂକ୍ରମିତ ହେବା ପରେ ଏହି ଗ୍ରାହକଙ୍କୁ ବ୍ୟାଙ୍କ ମଧ୍ୟକୁ ନ ଛାଡ଼ି ସେମାନଙ୍କ ପାସବୁକ୍ ଓ ଟଙ୍କା ଉଠାଣ ଫର୍ମ ନେଇ ଟଙ୍କା ଉଠାଇ ସେମାନଙ୍କୁ ଆଣି ଦିଆଯାଉଛି। ତେବେ ଏତେ ସଂଖ୍ୟକ ଲୋକେ ବ୍ୟାଙ୍କ ଗୁଡ଼ିକ ନିକଟରେ ଜମା ରହିବା ଫଳରେ ସଂକ୍ରମଣର ଭୟ ବି ରହୁଛି। ତେବେ ଏଦିଗରେ ପୁଲିସ ଓପ୍ରଶାସନ ଦୃଷ୍ଟି ଦେବା ପାଇଁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe