ରେଢୁଆ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେବାକୁ ଧାଡ଼ି; ଖରାରେ ଘଣ୍ଟାଘଣ୍ଟା ଧରି ବୟସ୍କ ଛଟପଟ

Advertisment

ବରିଷ୍ଠ ନାଗରିକ ମାନଙ୍କ ମଧୢରେ ଅସନ୍ତୋଷ

ବରିଷ୍ଠ ନାଗରିକ ମାନଙ୍କ ମଧୢରେ ଅସନ୍ତୋଷ

ରେଢୁଆ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ନେବାକୁ ଧାଡ଼ି; ଖରାରେ ଘଣ୍ଟାଘଣ୍ଟା ଧରି ବୟସ୍କ ଛଟପଟ

Sambad

ରଘୁନାଥପୁର/ଗୋପାଳପୁର: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ରେଢୁଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କ ପାଇଁ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମରେ କେତେକ ଅବ୍ୟବସ୍ଥା ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟିକା ନେବା ପାଇଁ ଆଜି ଶତାଧିକ ସ˚ଖ୍ୟାରେ ବରିଷ୍ଠ ନାଗରିକ ରେଢୁଆ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ପହଞ୍ଚିଥିଲେ ହେଁ ସେମାନଙ୍କ ପାଇଁ ପ୍ରତୀକ୍ଷା କକ୍ଷ, କିମ୍ବା ଛାଇରେ ବସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଫଳରେ ସେମାନେ ଘଣ୍ଟାଘଣ୍ଟା ଧରି ଟାଣ ଖରାରେ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁ ପଡିଥିଲା। ଟିକା ନେଇ ସାରିବା ପରେ କିଛି ସମୟ ବିଶ୍ରାମ କରିବାକୁ କୁହାଯାଉଥିବା ବେଳେ ସ୍ଥାନଅଭାବରୁ ବରିଷ୍ଠ ନାଗରିକମାନେ ମେଡିକାଲ ପିଣ୍ଢା ତଳେ ବସିରହିଥିଲେ।

ଏଭଳି ସ୍ଥିତିରେ ସେମାନେ ଅ˚ଶୁଘାତର ଶିକାର ହୋଇଥିଲେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସ˚ପର୍କରେ ରାଢଙ୍ଗର ପୂର୍ବତନ ସରପଞ୍ଚ ତଥା କୃଷକ ନେତା ଦେବୀ ପ୍ରସାଦ ମହାରଣା, ରଘୁନାଥପୁର ବ୍ଲକ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କୁ ଅବଗତ କରାଇଥିଲେ। କିନ୍ତୁ ସେ ତାଙ୍କ ପାଖରେ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ ଓ ମେଡିକାଲ କର୍ତୃପକ୍ଷଙ୍କୁ ଜଣାଇବେ ବୋଲି କହି ଚୁପ୍‌ ରହିଗଲେ। ରେଢୁଆ ମେଡିକାଲ ଅଧିକାରୀ ଡାକ୍ତର ନିତିଶ୍‌ କୁମାର ସ୍ବାଇଁ କହିଛନ୍ତି ମେଡିକାଲ ପରିସର ଶତାଧିକ ବରିଷ୍ଠ ନାଗରିକଙ୍କ ବିଶ୍ରାମ ପାଇଁ ବହୁତ ଛୋଟ ହୋଇଗଲା। ଆଗକୁ ଏପରି ଅବ୍ୟବସ୍ଥା ଯେପରି ନହୁଏ ସେଦିଗରେ ଧ୍ୟାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe