ବ୍ୟାପକ ପରିମାଣରେ ସରକାରୀ ଚାଉଳ ଜବତ!, ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ ଖୋଲାଯିବ

ବ୍ୟାପକ ପରିମାଣରେ ସରକାରୀ ଚାଉଳ ଜବତ!, ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ ଖୋଲାଯିବ

ଭଦ୍ରକ: ତିହିଡି ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଶନିବାର ସନ୍ଧ୍ୟା ସମୟରେ ବ୍ୟାପକ ଚାଉଳ ଜବତ ହୋଇଛି। ଏହି ଚାଉଳକୁ ଏକ ଘର ଭିତରୁ ୨ଟି ଟ୍ରକ୍‌ରେ ବୋଝେଇ କରାଯାଇ ବାହାରକୁ ଚାଲାଣ କରାଯାଉଥିବା ବେଳେ ସାଧାରଣ ଲୋକଙ୍କର ଦୃଷ୍ଟିକୁ ଆସିଛିା ଏହା ପରେ ସାଧାରଣ ଜନତାଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଓ ତହସିଲଦାର ରମେଶ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଏହି ଚାଉଳକୁ ଜବତ କରିବା ସହ ୨ଟି ଗୋଦାମକୁ ସିଲ କରିଛନ୍ତି। ତେବେ ଜବତ ହୋଇଥିବା ଚାଉଳ ଅଙ୍ଗନବାଡ଼ି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଚାଉଳ ବେଝେଇ ୨ଟି ଟ୍ରକ ବାହାରକୁ ଯିବା ପୂର୍ବରୁ ସ୍ଥାନୀୟ ଲୋକେ ଏହାକୁ ଦେଖିଥିଲେ। ସେମାନେ ଏବାବଦରେ ପୁଲିସକୁ ସୂଚନା ଦେଇଥିଲେ। ଚାଉଳ ଜବତ କରିବା ପରେ ପୁଲିସ ପକ୍ଷରୁ ଯୋଗାଣ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। ଯୋଗାଣ ବିଭାଗକୁ ଏଭଳି ଅଭିଯୋଗ ମିିଳିବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

publive-image

ଜବତ ହୋଇଥିବା ଚାଉଳ ଆସନ୍ତାକାଲି ଯାଞ୍ଚ କରାଯିବ। ତେବେ ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ସିଲ ହୋଇଥିବା ଚାଉଳ ଖୋଲାଯିବା ପରେ ଏହା କାହାର ଜଣାପଡ଼ିବ। ଏତେ ପରିମାଣର ଚାଉଳ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ଆସନ୍ତାକାଲି ଗୁମର ଫିଟିବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ପ୍ରଶାସନ ଏହି ଚାଉଳ ହେରଫେର ମାମଲାରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହାର ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe