ଭଦ୍ରକ: ଗୋଟିଏ ପଟେ ଲକଡାଉନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଅନ୍ୟପଟେ ଚୋରାମଦ କାରବାର ଭଦ୍ରକ ଜିଲ୍ଲାରେ ବଢିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ମଦ ଜବଦ କରିବା ସହ ଚୋରାମଦ ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଉଛି। ସେହିପରି ଆଜି ଭଦ୍ରକ ସହରାଞ୍ଚଳର ନରିପୁରସ୍ଥିତ ଏକ ବନ୍ଦଥିବା ଚାଳଘରୁ ବିପୁଳ ପରିମାଣର ମଦ ଜବଦ ହୋଇଛି।ବିଶେଷ ସୂତ୍ରରୁ ଖବର ପାଇ ଟାଉନ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଉକ୍ତ ଘର ଉପରେ ଚଢାଉ କରି ଚାବି ଭାଙ୍ଗିବା ପରେ ବିପୁଳ ପରିମାଣର ମଦ ଜବଦ କରିଛି, ଯାହାର ଅନୁମାନିକ ମୂଲ୍ୟ ୫ରୁ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ତେବେ ପୁଲିସ ପକ୍ଷରୁ ଏହି ଘଟଣାରେ କାହାରିକୁ ଗିରଫ କରିପାରିନାହିଁ।
ଭଦ୍ରକରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମଦ ଜବତ
Advertisment
Follow Us