ଭଦ୍ରକ ଓ ଛତ୍ରପୁରରେ ଲକ୍ଷାଧିକ ଟଙ୍କାର ବାଣ ସହ ଜଣେ ଗିରଫ, ୩ ଅଟକ

Advertisment
ଭଦ୍ରକ ଓ ଛତ୍ରପୁରରେ ଲକ୍ଷାଧିକ ଟଙ୍କାର ବାଣ ସହ ଜଣେ ଗିରଫ, ୩ ଅଟକ

ଭଦ୍ରକ/ଛତ୍ରପୁର: ରାଜ୍ୟରେ କରୋନା କଟକଣାକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଓ ବିକ୍ରି ଉପରେ ରୋକ ଲଗାଯାଇଛି। ବେଆଇନ ଭାବେ କିଛି ବେପାରୀ ବାଣ ବିକ୍ରି କରୁଥିବା ଅଭିଯୋଗରେ ଭଦ୍ରକ ଟାଉନ ପୁଲିସ ଖବର ପାଇ ଚରମ୍ପା ଷ୍ଟେସନ ବଜାର ଉପରେ ଚଢ଼ାଉ କରି ତିନି ଲକ୍ଷ ଟଙ୍କାର ବାଣ ଜବତ କରିଥିବା ବେଳେ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ଆଜି ବିଭିନ୍ନ ସ୍ଥାନରେ ରାତିରେ ଚଢାଉ କରାଯାଇଛି। ବେଆଇନ ବାଣ କାରବାର କରୁଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ଭଦ୍ରକ ଟାଉନ ପୁଲିସ ସୂଚନା ଦେଇଛି।

publive-image

ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ବାଣ ବ୍ୟବସାୟୀ ବେଆଇନ ଭାବେ ବାଣ ବିକ୍ରି କରୁଥିବା ନେଇ ପୁଲିସକୁ ସୂଚନା ହସ୍ତଗତ ହୋଇଥିଲାା ଗଂଜାମ ଏସ୍‌.ପି.ଙ୍କ ନିର୍ଦ୍ଦେଶ କ୍ରମେ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତାଙ୍କ ନେତୃତ୍ୱରେ ଉକ୍ତ ବାଣ ଦୋକାନ ଉପରେ ଚଢଉ ହୋଇଥିଲା । ନରେନ୍ଦ୍ରପୁର ଗ୍ରାମର ସୁଶାନ୍ତ କୁମାର ମହାନ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର କମ୍ପାନି ବାଣ ଜବତ କରାଯାଇଥିଲା । ଏକ ମାମଲା ରୁଜୁ କରାଯାଇ ସୁଶାନ୍ତକୁ କୋର୍ଟ ଚାଲଣ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe