କାଳବୈଶାଖୀର ତାଣ୍ଡବ: ବ୍ୟାପକ ଗଛ ରାସ୍ତାରେ ପଡ଼ିଲା

କାଳବୈଶାଖୀର ତାଣ୍ଡବ: ବ୍ୟାପକ ଗଛ ରାସ୍ତାରେ ପଡ଼ିଲା

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ଦେଖୁବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପବନ ବୋହିବା ସହ ବିଜୁଳି ଘଡଘଡି ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହ ପ୍ରବଳ ବର୍ଷା ହୋଇଥିଲା। ଏହା ପ୍ରଭାଵ  ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଳିକାପୋଡ଼ି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ଘଡଘଡି ବର୍ଷା ହେଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ମାଳିକାପୋଡ଼ି ଚର୍ଚ୍ଚ ନିକଟରେ ରହିଥିବା ବଡ କୃଷ୍ଣଚୂଡ଼ା ଗଛ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ବେଳେ ବିବେକ ନାୟକ ଓ ରିସାଙ୍ଗା ନାୟକଙ୍କର ଦୋକାନ ଘର ଆଜବେଷ୍ଟ ଓ ଟିଣ ଉଡିଯାଉଥିବା ଦେଖିବାକୁ ମିଳିଛି। ଦୋକାନ ଘରର ଜିନିଷ ପତ୍ର ସମ୍ପୂର୍ଣ ନଷ୍ଟ ହେବା ସହିତ ଦୋକାନ ଭାଙ୍ଗିଥିବା ଦେଖିବାକୁ ମିଳିଛି।

ତେବେ ଏହାର ପ୍ରଭାବରେ ବାଡେନାଜୁ, ପାଙ୍ଗାନାଜୁ, ମାଲିକାପୋଡ଼ି ସମେତ ଲିଙ୍ଗାଗଡ ପଞ୍ଚାୟତ ଅନ୍ତର୍ଗତ କଟଡଗାଣ୍ଡା ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ ପଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି। ସେପଟେ ଅଗ୍ନିଶମ ବାହିନୀ ଖବର ପାଇ ମାଳିକାପଡ଼ି ପହଞ୍ଚି ଗଛକୁ କାଟି ରାସ୍ତା ଅବରୋଧ ହଟାଇଛନ୍ତି। ସେପଟେ ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତାରେ ବିଛେଇ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe