ଜେଏମ୍ଏମ ପକ୍ଷରୁ ଆଦିବାସୀଙ୍କ ବିଦ୍ରୋହ ହୁଲ ଦିବସମ୍ବ ପାଳିତ

Advertisment
ଜେଏମ୍ଏମ ପକ୍ଷରୁ ଆଦିବାସୀଙ୍କ ବିଦ୍ରୋହ ହୁଲ ଦିବସମ୍ବ ପାଳିତ

Sambad

ରାଇଙ୍ଗପୁରପୁର: ରାଇରଙ୍ଗପୁର ଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ରାଜ୍ୟ କାର୍ଯ୍ୟାଳୟରେ ଆଦିବାସୀମାନଙ୍କ ବିଦ୍ରୋହ ହୁଲ ଦିବସମ୍ବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ମାର୍ଣ୍ଡି ଯୋଗଦେଇ କହିଥିଲେ ଯେ, ରାଇରଙ୍ଗପୁର ଉପଖଣ୍ଡ ଖଣିଖାଦାନ ଭରା ହେଲେ ହେଁ ଏହି ଅଞ୍ଚଚଳର ଲୋକେ ବାହାର ରାଜ୍ୟକୁ କାମଧନ୍ଦା ତଲାସରେ ଯାଉଥିବାରୁ ସେ ବହୁତ ଦୁଃଖିତ, ଏଣୁ ଏହି ଅଞ୍ଚଳରେ ଏକ ଶିଳ୍ପ ପ୍ରତିଷ୍ଠାନ ପାଇଁ ଦାବି କରୁଛନ୍ତି। ଏହା ବ୍ୟତୀତ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାଟି କେବଳ ମାତ୍ର ରେଫାର କେନ୍ଦ୍ର ଭାବେ ପରିଣତ ହୋଇଛି। ଏଠାରେ ଭଲ ଡାକ୍ତର ନାହାନ୍ତି ତଥା ଉପଖଣ୍ଡର ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସେବା କେନ୍ଦ୍ରରେ ଯଥେଷ୍ଟ ପରିମାଣରେ ଡାକ୍ତର ନାହାନ୍ତି। ତେଣୁ ଡାକ୍ତରମାନଙ୍କ ନିଯୁକ୍ତି ସମ୍ପର୍କରେ ଦୃଢଦାବି କରିଥିଲେ। ଏଥିସହିତ ଶିକ୍ଷାରେ ଆମ ରାଇରଙ୍ଗପୁର ଅଞ୍ଚଳ ପଛେଇ ଯାଇଥିବାରୁ କେମିତି ସମସ୍ତେ ସବୁ ଉପାନ୍ତ ଅଞ୍ଚଳରେ ଶିକ୍ଷାରୁ ଲୋକେ ବଞ୍ଚିତ ହେବେ ନାହିଁ ତାହା ସମସ୍ତଙ୍କୁ ବୁଝାଇଥିଲେ।

ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ, ରାଜ୍ୟ ପ୍ରବକ୍ତା ସୁନିଲ ମାଝୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପଶ୍ଚିମ ମୟୂରଭଞ୍ଜ ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପ୍ରବକ୍ତା ସନ୍ତୋଷ କୁମାର ମୁର୍ମୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଦରାଣୀ ବେସ୍ରା ମାଣ୍ଡି, ମଦନ ମାଣ୍ଡି, ଧିରେନ ମାଣ୍ଡି, ଭୂବନ ମାଣ୍ଡି, ବନ୍ତା ବାସ୍କେ, ରାମଚନ୍ଦ୍ର ବଜର ଓ ବିନ୍ଦେଶ୍ବର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବାମନଘାଟୀ ଉପଖଣ୍ଡ, କରଞ୍ଜିଆ, ଯଶିପୁର, ସାରସକଣା ତଥା ଅନ୍ୟାନ୍ୟ ସ୍ଥାନ ମାନଙ୍କରୁ ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ହୁଲ ଦିବସରେ ସଂଗ୍ରାମୀ ପୁରୁଷମାନଙ୍କୁ ସ୍ମୃତିଚାରଣ ସହ ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତେ ଶପଥ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe